ପ୍ରଚାରବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍

Get real time updates directly on you device, subscribe now.

ପିପିଲି, (ବି.ବି.ନୁ୍ୟଜ): ପିପିଲିରେ ଉପନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ମଙ୍ଗଳବାର ରାଜନୈତିକ ହିଂସାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପ୍ରଚାର ଚାଲିଥିବାବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ହେବା ସହ ପ୍ରଚାର ଗାଡ଼ି ଉପରେ ଆକ୍ରମଣ ହୋଇଥିବା ପିପିଲି ଥାନାରେ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆକ୍ରମଣକାରୀ ବିଜେଡି କର୍ମୀଙ୍କୁ ଗିରଫ ଦାବିରେ ବିଜେପି କର୍ମୀମାନେ ବାରିମୂଳ ଠାରେ ପ୍ରାୟ ୧ ଘଣ୍ଟା ପିପିଲି-ଜଟଣୀ ରାଜରାସ୍ତାକୁ ଅବରୋଧ କରିଥିଲେ । ଆନେ୍ଦାଳନରେ ବିଜେପି କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର କହିଥିଲେ ଯେ, ଯଦି ପୁଲିସ୍ ଆକ୍ରମଣକାରୀ ବିଜେଡି କର୍ମୀଙ୍କୁ ଗିରଫ ନ କରେ ତେବେ ପିପିଲି-ଡେଲାଙ୍ଗରେ ବିଜେଡିର ପ୍ରଚାର ଗାଡ଼ି ପୁରାଇ ଦିଆଯିବ ନାହିଁ ବୋଲି କହିଥିଲେ । ଖବର ପାଇ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ଥାନା ଆଇଆଇସି ଅଭିମନୁ୍ୟ ନାୟକ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ସେମାନେ ଧାରଣାରୁ ଉଠିଥିଲେ । ଏନେଇ ପିପିଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ।
ପୁଲିସ୍ ସୂଚନା ଅନୁସାରେ କଣ୍ଟି ପଞ୍ଚାୟତର ଜଣେ ବିଜେପି କର୍ମୀ ମଙ୍ଗଳବାର ଦିନ ୧୦ଟାରେ ଜଟଣୀ ଅଭିମୁଖେ ଯାଉଥିବାବେଳେ କଣ୍ଟି ବଜାର ନିକଟରେ ଅନନ୍ତପୁରର ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଛଡ଼ାଇ ନେଇଥିଲା । ଖବର ପାଇ ଅନ୍ୟମାନେ ପହଞ୍ଚି ଯିବାରୁ ଆକ୍ରମଣକାରୀ ଜଣକ ସେଠାରୁ ଖସି ପଳାଇଥିଲା । ଏହି ଘଟଣାର କିଛି ସମୟ ମଧ୍ୟରେ ସେହି ଅଂଚଳରେ ବୁଲୁଥିବା ବିଜେପିର ପ୍ରଚାର ଗାଡି ପିପିଲି ଅଭିମୁଖେ ଆସୁଥିଲା । ଏହି ପ୍ରଚାର ଗାଡିକୁ ବାରିମୂଳ ଛକ ନିକଟରେ ପୂର୍ବ ଆକ୍ରମଣକାରୀ ଜଣକ ଅଟକାଇଥିଲା । ପରେ ଡ୍ରାଇଭରକୁ ମାଡ଼ମାରିବା ସହ ଗାଡ଼ିରେ ଲାଗିଥିବା ଦଳୀୟ ପ୍ରଚାର ବ୍ୟାନରକୁ ଚିରିଦେଇଥିଲା । ପ୍ରଚାର କରାଇଦେବ ନାହିଁ ବୋଲି ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହ ଗୋଟିଗୋଟି କରି ସମସ୍ତଙ୍କୁ ଦେଖିନେବ ବୋଲି ଧମକ ଦେଇଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଅନନ୍ତପୁରର ମିତାଞ୍ଜଳି ପ୍ରଧାନଙ୍କ ଏକ ପାଲଟା ଅଭିଯୋଗ ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ କାକୁଡ଼ିଆ ଅଞ୍ଚଳର ୮ଜଣ ଯୁବକ ତାଙ୍କ ଘରେ ପଶି ତାଙ୍କୁ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏହା ସହିତ ମିତାଞ୍ଜଳି ଓ ତାଙ୍କ ଶାଶୂଙ୍କୁ ମାଡ଼ ମାରି ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ମିତାଞ୍ଜଳି ପିନ୍ଧିଥିବା ବସ୍ତ୍ର ଛିଣ୍ଡିଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ପିପିଲି ପୁଲିସ୍ ୨ଟି ଅଭିଯୋଗକୁ ଗ୍ରହଣ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରିବ ବୋଲି କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons