ପ୍ରତାରଣା ଅଭିଯୋଗରେ କ୍ଷୀରୋଦକୁ ୭ ବର୍ଷ ଜେଲ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ଆପ୍ର): କେନ୍ଦୁଝର ସହକାରୀ ଦୌରାଜଜ୍ ତଥା ସ୍ୱତନ୍ତ୍ର ମହିଳା ଅଦାଲତର ବିଚାରପତି ପତଞ୍ଜଳୀ ସାହୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ତେଲକୋଇ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଦୋଷୀ କ୍ଷୀରୋଦ କୁମାର ମହାନ୍ତଙ୍କୁ ୭ ବର୍ଷ ଜେଲଦଣ୍ଡ ରାୟ ଶୁଣାଇଛନ୍ତି ।
ତେଲକୋଇ ଥାନା ସିରିଗିଡା ଅଞ୍ଚଳର ଜଣେ ଯୁବତୀ ନିଜର ସାଙ୍ଗ ବିବାହକୁ ଯାଇଥିବା ସମୟରେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନାର ବାମ ଗ୍ରାମର କ୍ଷୀରୋଦ କୁମାର ମହାନ୍ତଙ୍କ ସହିତ ପରିଚିତ ହୋଇଥିଲା । ପରେ ଉଭୟ ସଙ୍ଗାତ ଭାବେ ସମ୍ପର୍କ ବଢ଼ାଇଥିଲେ । କିଛିଦିନ ଏଭଳି ସମ୍ପର୍କ ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । କ୍ଷୀରୋଦ ଯୁବତୀକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନକୁ ନେଇ ଯୁବତୀକୁ ବୁଲାଇବା ବାହାନାରେ ଶାରୀରିକ ସମ୍ପର୍କ ରଖିଥିଲା । ପରବର୍ତ୍ତୀ ସମୟରେ ବିବାହ କରିବାକୁ ଫାଙ୍କି ଦେବାକୁ ଉଦ୍ୟମ କରିଥିଲା । କ୍ଷୀରୋଦ ଅନ୍ୟସ୍ଥାନରେ ବିବାହ କରୁଥିବା ଖବରପାଇ ଯୁବତୀ ଜଣଙ୍କ ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖ ଦିନ ତେଲକୋଇ ଥାନାରେ ଆଶ୍ରୟ ନେଇଥିଲା । ତକ୍ରାଳୀନ ତଦନ୍ତକାରୀ ଅଧିକାରୀ ମଦନମୋହନ ନାଏକ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ଥିଲେ । ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ୩୧ା୧୮ ଦଫା ୩୭୬ ଓ ୪୧୭ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲା କେନ୍ଦୁଝର ଅଦାଲତରେ ଦୀର୍ଘଦିନ ବିଚାର ହେବା ପରେ ଗତ ଜାନୁଆରୀ ୧୯ ତାରିଖରେ ପ୍ରତିÂା ହୋଇଥିବା ମହିଳା ଅଦାଲତରେ ଏହାର ବିଚାର ହୋଇଥିଲା । ୧୧ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜମାନବନ୍ଦୀ ଦେଇଥିଲେ । ସାକ୍ଷୀଙ୍କ ବୟାନ ଏବଂ ତଦନ୍ତକାରୀ ଅଧିକାରୀଙ୍କ ବଳିÂ ପ୍ରମାଣପତ୍ରକୁ ଅଧାର କରି ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩୭୬ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ବରିÂ ଆଇନଜୀବୀ ତଥା ସ୍ୱତନ୍ତ୍ର ପିପି ରାଜକିଶୋର ଭୂୟାଁ ମୋକଦ୍ଧମା ପରିଚାଳନା କରୁଥିଲେ । କେନ୍ଦୁଝରଠାରେ ମହିଳା ଅଦାଲତ ପ୍ରତିÂା ହେବା ପରେ ଏହା ପ୍ରଥମ ରାୟ ହୋଇଥିବାବେଳେ ଜଣେ ମହିଳାଙ୍କୁ ନ୍ୟାୟ ମିଳିପାରିଥିବା ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons