ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଛାତ୍ରୀ ଦିବ୍ୟା

Get real time updates directly on you device, subscribe now.

ପାଣିକୋଇଲି,(ବି.ବି.ନୁ୍ୟଜ): ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଦିବ୍ୟା ଦାଶ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା-୨୦୨୨ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦୂରଦର୍ଶନ ଜରିଆରେ ପରୀକ୍ଷା ପେ ଚର୍ଚ୍ଚା ଜରିଆରେ ସବିଶେଷ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନସିକ ସନ୍ତୁଳନ, ଆବେଗ, ଉକ୍ରଣ୍ଠା, ବ୍ୟସ୍ତତା ଆଦିର ଊଦ୍ଧ୍ୱର୍ରେ ରହି ପରୀକ୍ଷା ପାଇଁ ଦୃଢ଼ ମାନସିକତା ପୋଷଣ କରିବା ଆବଶ୍ୟକ, ଯାହା ପ୍ରଧାନମନ୍ତ୍ରୀଙ୍କ ଏହି ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ଥିଲା ।
ଆଜି ଦିବ୍ୟା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ପ୍ରସ୍ତୁତ କରିଥିବା କିଛି ତୈଳ ଚିତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦର୍ଶନ କରିଥିଲେ । ପାଖାପାଖି ୩ମିନିଟ୍ ଦିବ୍ୟା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ନବୋଦୟ ବିଦ୍ୟାଳୟ, ପାଣିକୋଇଲିର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷା ଦେଖିବା ସହ ଦିବ୍ୟାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପାଣିକୋଇଲି ନବୋଦୟ ବିଦ୍ୟାଳୟ ପାଇଁ ଏହା ଏକ ଗୌରବମୟ ମୁହୂର୍ତ୍ତ ଥିଲା । ଏହି କାର୍ଯ୍ୟକ୍ରମ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଥିଲା ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ଜୈସୱାଲ ମତବ୍ୟକ୍ତ କରିଛନ୍ତି ।
୨୦୨୧ ଡିସେମ୍ବରରେ ଆୟୋଜିତ ଜାତୀୟ ଆର୍ଟ ଆଣ୍ଡ ଏଜୁକେସନ୍ କର୍ମଶାଳାରେ ଦିବ୍ୟା ଅଂଶ ଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଦିବ୍ୟାଙ୍କ ଆର୍ଟ ପ୍ରଶଂସିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଥିଲା । ଏଣୁ ମାର୍ଚ୍ଚ ୨୭ ତାରିଖରେ ଦିବ୍ୟା ଦିଲ୍ଲୀ ଗସ୍ତ କରିଥିଲେ । ତାଙ୍କ ସହ ଇଂରାଜୀ ଶିକ୍ଷୟିତ୍ରୀ ଦୀପ୍ତିଶିଖା ବିଶ୍ୱାଳ ମଧ୍ୟ ଯାଇଥିବା ସୂଚନା ମିଳିଛି । ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ କୁମାରୀରେ ରହୁଥିବା ଅଧ୍ୟାପକ ପ୍ରଭାତ କୁମାର ଦାଶ ଓ ଅଳକା ଦାଶଙ୍କ ଝିଅ ଦିବ୍ୟା ଜଣେ ମେଧାବୀ ଛାତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons