ପ୍ରିମିୟମ୍ ଘଣ୍ଟା ପାଇଁ ଭୁବନେଶ୍ୱରରେ ହିଲିଅସର ୨ ଷ୍ଟୋର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉଚ୍ଚ କ୍ୱାଲିଟିର ପ୍ରିମିୟମ୍ ଟାଇମ୍ପିସ୍ର ଗୁରୁତ୍ୱକୁ ଜଣେ ୱାଚ୍ ଲଭର ବା ଘଣ୍ଟା ପ୍ରେମୀ ହିଁ ଭଲ ଭାବେ ବୁଝିପାରେ । ଟାଇଟନ୍ର ୱାଚ୍ ଷ୍ଟୋର ‘ହିଲିଅସ’ରେ ଘଣ୍ଟାପ୍ରେମୀଙ୍କ ପାଇଁ ପ୍ରିମିୟମ୍, ଫ୍ୟାସନେବଲ, ସୁଇସ୍ ଏବଂ ସ୍ମାର୍ଟ ୱାଚ୍ର ବିପୁଳ ସମ୍ଭାର ରହିଛି । ରାଜଧାନୀ ଭୁବନେଶ୍ୱରରେ ହିଲିଅସ୍ର ଦୁଇଟି ଷ୍ଟୋର ଜରିଆରେ ଗ୍ରାହକ ପ୍ରିମିୟମ୍ ହାତଘଡି ବ୍ରାଣ୍ଡର ଭଳିକି ଭଳି ସମ୍ଭାର ପାଉଛନ୍ତି । ଜନପଥ ଏବଂ ଚନ୍ଦ୍ରଶେଖରପୁରରେ ଏହି ଷ୍ଟୋରଦ୍ୱୟ ରହିଛି ।
ସମ୍ପ୍ରତି ଷ୍ଟୋରରେ ୪୦ରୁ ଊଦ୍ଧ୍ୱର୍ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡର ୧୦,୦୦୦ରୁ ଊଦ୍ଧ୍ୱର୍ ହାତଘଡି ଉପରେ ୪୦ଧ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟରେ ଫସିଲ, ଟମି ହିଲ୍ଫିଗର, ଏମ୍ପୋରିଓ ଅର୍ମାନି, ଟାଇଟନ, ସିକୋ, ସିଟିଜେନ, ମୋଭାଡୋ, କେନିଥ୍ କୋଲେ, ପୋଲିସ, ସ୍କାଜେନ୍, ଗେସ୍, ଡାନିଏଲ୍ ୱେଲିଙ୍ଗ୍ଟନ୍ ଏବଂ ଫରାରି ଆଦି ରହିଛି । ଅକ୍ଟୋବର ୩୧ ଯାଏ ଡିସ୍ପ୍ଲେରେ ଥିବା ୫୦ଧରୁ ଊଦ୍ଧ୍ୱର୍ ଷ୍ଟକ୍ ଅଫରରେ ରହିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି । ଟାଇଟନ୍ର ସମ୍ପ୍ରସାରଣର ଅଂଶବିଶେଷ ଟାଟା ଗ୍ରୁପ୍ର ଲାଇଫ୍ଷ୍ଟାଇଲ କମ୍ପାନି ହିଲିଅସ୍ ପାରମ୍ପରିକ, ପ୍ରମାଣିକୃତ ଏବଂ ମାନଯୁକ୍ତ ଉତ୍ପାଦ ଯୋଗାଇଥାଏ । ଏହାର ପ୍ରିମିୟମ୍ ଘଣ୍ଟା ବ୍ରାଣ୍ଡଗୁଡ଼ିକ ସ୍ୱତନ୍ତ୍ର ଡିଜାଇନ ଏବଂ ପ୍ରଯୁକ୍ତି ସହ ଆସୁଛି । ଗ୍ରାହକ ଅନ୍ଲାଇନ୍ରେ କିମ୍ବା ନିକଟସ୍ଥ ହିଲିଅସ୍ ଷ୍ଟୋରରେ ଅଥେଣ୍ଟିକ୍ ବ୍ରାଣ୍ଡେଡ୍ ଘଣ୍ଟା କିଣିପାରିବେ । ଭାରତୀୟଙ୍କ ପରିବର୍ତ୍ତିତ ସ୍ୱାଦକୁ ଦୃଷ୍ଟିରେ ରଖି ହିଲିଅସ୍ କାଜୁଆଲଠାରୁ ଆରମ୍ଭ କରି ସୋଫିଷ୍ଟିକେଟେଡ୍ ଟାଇମ୍ପିସ୍ ଯୋଗାଇଥାଏ । ହିଲିଅସ୍ରେ ସମସ୍ତ ଯାକ ବ୍ରାଣ୍ଡ ସେମାନଙ୍କ ପୂଜା ଏବଂ ଦୀପାବଳି କଲେକ୍ସନ ଆଣିଛନ୍ତି । ଟାଇଟନ୍ର ରାଗା ଲଭ୍ ଅଲ୍, ଫସିଲ୍ର ଜେନେରେସନ ୬ ସ୍ମାର୍ଟୱାଚ୍ ଏବଂ ମେକାନିକାଲ କଲେକ୍ସନ, ଟମି ହିଲ୍ଫିଗର୍ର ଫ୍ୟାସନ କଲେକ୍ସନ, ଫ୍ରିଡେରିକ୍ କନ୍ଷ୍ଟାଣ୍ଟସର ଅତ୍ୟାଧୁନିକ ହ୍ୟାଣ୍ଡ୍ମେଡ୍ ମାନୁଫ୍ୟାକ୍ଚର୍ସ ସିରିଜ୍ ଏବଂ ମୋଭାଡୋର ବୋଲ୍ଡ କଲେକ୍ସନ ସମେତ ଅନେକ ସଦ୍ୟ କଲେକ୍ସନ ଡିସ୍ପ୍ଲେରେ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons