ବଗିଚାରେ ଶୌଚ ପାଇଁ ବାରଣ କରିବାରୁ ମାଲିକଙ୍କୁ ହତ୍ୟା

Get real time updates directly on you device, subscribe now.

ବୌଦ୍ଧ: ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ବୌଦ୍ଧ ଥାନା ଅନ୍ତର୍ଗତ ଖମାରିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏକାଦଶୀ ନାଏକ। ଅଭିଯୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ଏକାଦଶୀଙ୍କ ବଗିଚାକୁ ଶୌଚ ପାଇଁ ଯାଇଥିଲେ। ଏକାଦଶୀ ତାଙ୍କୁ ଶୌଚ କରିବାରୁ ବାରଣ କରିଥିଲେ। ଏହି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରିବା ସହିତ ନିଜ ଘରକୁ ପଠାଇ ଦେଇଥିଲେ।ରାତିରେ ଏକାଦଶୀ ଖାଇ ସାରି ଗାଁ ମଣ୍ଡପରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍ ନରେନ୍ଦ୍ର ଏକ  ଟାଙ୍ଗିଆ ଆଣି ଏକାଦଶୀଙ୍କୁ ଆକ୍ରମଣ କରିଥିଲେ।  ଘଟଣାସ୍ଥଳରେ ଏକାଦଶୀଙ୍କର ମୃତ୍ୟୁ ଘଟିଥିଲା।  ଖବର ପାଇ ବୌଦ୍ଧ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons