ବଜାରରେ ନକଲି ଡିଟରଜେଣ୍ଟ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ମସଲା, ଖାଇବା ତେଲ, ପାନ ମସଲା, ଚା’ ପତି, ଘିଅ, ସସ୍ ଓ ସିମେଣ୍ଟ୍କୁ ନକଲି କରି ବିକ୍ରି କରିବା ପରେ କଟକରେ ଆରମ୍ଭ ହୋଇଛି ଡିଟରଜେଣ୍ଟ୍ର ନକଲି କାରବାର । ତାହା ପୁଣି ପ୍ରତିÂିତ ସର୍ଫ କମ୍ପାନୀ ନାଁରେ । ଏଭଳି ଏକ ନକଲି ଡିଟରଜେଣ୍ଟ୍ ତିଆରି କାରଖାନା ସହିତ ଅନ୍ୟ ଦୁଇଟି ପ୍ୟାକିଂ ୟୁନିଟ୍କୁ ମାଲ୍ଗୋଦାମ ଥାନା ପୁଲିସ ଠାବ କରିଛି । ଚଢ଼ଉ ବେଳେ ସେଠାରୁ ପ୍ରାୟ ୩୩ ଶହ କେଜି ନକଲି ଡିଟରଜେଣ୍ଟ୍ ପାଉଡର ଜବତ ହୋଇଛି । କାରଖାନା ମାଲିକ ଜଗତପୁର ନାରାୟଣ ବିହାରରେ ରହୁଥିବା ଅଭିଜିତ ବେହେରାକୁ ପୁଲିସ ଗିରଫ କରିଛି ।
ଗତକାଲି ଅପରାହ୍ନରେ ମାଲ୍ଗୋଦାମ ଥାନା ପୁଲିସ କର୍ମଚାରୀ ଏକ ସନ୍ଦିଗ୍ଧ ଅଟୋ ରିକ୍ସାକୁ ଅଟକ ରଖିଥିଲେ । ଏହି ଅଟୋରେ ସର୍ଫ ଏକ୍ସେଲ୍ ର୍ୟାପର ବଣ୍ଡ୍ଲ ବା ରୋଲ୍ ଲଦା ହୋଇ ଯାଉଥିଲା । ସର୍ଫ ଏକ୍ସେଲ୍ର କାରଖାନା କଟକରେ ନଥିବା ବେଳେ ଏତେ ମାତ୍ରାରେ ର୍ୟାପର୍କୁ ଦେଖି ପୁଲିସର ସନେ୍ଦହ ବଢ଼ିଥିଲା । ତେଣୁ ଅଟୋରେ ମାଲ୍ ନେଇ ଯାଉଥିବା ଅଭିଜିତ୍କୁ ପୁଲିସ ଧରିନେଇ ଥାନାରେ ଜେରା କଲା ପରେ ସେ ସବୁକଥା ମାନିଯାଇଥିଲା । ତାର ଇଙ୍ଗିତରେ ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ରାହ୍ମଣପଦା ଗାଁରେ ଥିବା ନିମ୍ନମାନର ଡିଟରଜେଣ୍ଟ୍ ତିଆରି କାରଖାନାରେ ଚଢ଼ଉ କରାଯାଇଥିଲା । ସେଠାରୁ ପ୍ରାୟ ୧୮ଶହ କେଜି ନିମ୍ନମାନର ଡିଟରଜେଣ୍ଟ୍ ପାଉଡ଼ର ଜବତ ହୋଇଥିଲା ।
ତେବେ ସେହି ପାଉଡର ଉକ୍ତ ସ୍ଥାନରେ ପ୍ୟାକିଂ ନହୋଇ ମାହାଙ୍ଗାର ଉମର ଗାଁ ଓ କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେଇତା ଗାଁରେ ପ୍ୟାକିଂ କରାଯାଉଥିବା ଅଭିଜିତ୍ ସୂଚନା ଦେଇଥିଲା । ବାଦଲ ସିଂହ ଓ ପ୍ରିୟବ୍ରତ ଜେନା ନାମକ ଦୁଇ ଜଣ ଯୁବକ ଅଭିଜିତ୍ଠାରୁ ନିମ୍ନମାନର ପାଉଡ଼ର ନେଇ ସର୍ଫ ଏକ୍ସେଲ୍ ର୍ୟାପରରେ ପ୍ୟାକିଂ କରୁଥିଲେ । ଏହି ର୍ୟାପର କୋଲ୍କାତାରୁ ଆସୁଥିଲା । ତେଣୁ ମାଲ୍ଗୋଦାମ ପୁଲିସ ତୁରନ୍ତ ସେହି ଦୁଇ ପ୍ୟାକିଂ ୟୁନିଟ୍ରେ ଚଢ଼ଉ କରିଥିଲା । ସେଠାରୁ ୧୫୪୦ କେଜି ପ୍ୟାକିଂ ହୋଇଥିବା ନକଲି ସର୍ଫ ଏକ୍ସେଲ୍ ପାଉଡ଼ର, ୨ଟି ଓଜନ ମେସିନ୍, ୨ଟି ପ୍ୟାକିଂ ମେସିନ୍, ୨ଟି ଷ୍ଟିଚିଂ ମେସିନ୍, ୨ଟି ମାଲ୍ବୁହା ଅଟୋ, ଗୋଟିଏ ଏୟାର କଂପ୍ରେସର ଓ ପ୍ରଚୁରମାତ୍ରାର କଞ୍ଚାମାଲ୍ ଜବତ ହୋଇଛି ।
ପ୍ୟାକିଂ ୟୁନିଟ୍ ଚଢ଼ଉ ବେଳେ ତାହାର ମାଲିକ ଅର୍ଥାତ୍ ୟୁନିଟ୍ ଚଲାଉଥିବା ବାଦଲ ଓ ପ୍ରିୟବ୍ରତ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କୁ ପୁଲିସ ଖୋଜୁଥିବା ଜୋନ୍ ଏସିପି ଶୁଭ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି । କାରଖାନାଟି ଗତ ୬ ମାସ ହେବ ଚାଲୁଥିବା ପୁଲିସ ଜାଣିବାକୁ ପାଇଛି । ଅନ୍ୟ ପଟେ କାରଖାନା ମାଲିକ ଅଭିଜିତ ବେହେରାକୁ କୋର୍ଟଚାଲାଣ କରାଯାଇଛି । ପୁଲିସ ଏବେ ନକଲି ପାଉଡ଼ରର ମାର୍କେଟିଂ ଦିଗକୁ ଦେଖୁଛି । କେଉଁଠାରେ, କେତେ ଦର୍ରେ ଓ କେତେ ଦିନ ହେବ ଏହା ବଜାରରେ ବିକ୍ରି ହେଉଥିଲା ତାହା ପୁଲିସ ଖୋଜୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons