ବଜ୍ରାଘାତରେ ଶଳା-ଭିଣୋଇଙ୍କ ମୃତ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣି ଗ୍ରାମରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଗୁରୁବାର ଅପରାହ୍ଣରେ ବଜ୍ରାଘାତରେ ଶଳା-ଭିଣୋଇଙ୍କର ମୃତୁ୍ୟ ଘଟିଛି । ମୃତକ ହେଲେ ମକୁଆକାଟେଣି ଗ୍ରାମର ଦେବଦତ୍ତ ପଧାନ ଓ ତାଙ୍କର ଶଳା କାମାକ୍ଷାନଗର ଥାନା ଚକାପାଳ ଗ୍ରାମର ପ୍ରକାଶ ପ୍ରଧାନ ।
ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ଉଭୟ ମକୁଆକାଟେଣି ଗାଁ ନିକଟସ୍ଥ ଜଙ୍ଗଲକୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ହୋଇଥିଲା । ବର୍ଷାରୁ ବର୍ତ୍ତିବାକୁ ଶଳା-ଭିଣୋଇ ଏକ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ଉଭୟ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ଆଖପାଖରେ ଥିବା ଲୋକମାନେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଶଳା-ଭିଣୋଇଙ୍କ ଅକାଳ ବିୟୋଗ ଉଭୟ ମକୁଆକାଟେଣୀ ଓ ଚକାପାଳ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons