ବଲାଙ୍ଗିରରେ ଏସଟିଏଫ୍, ବନବିଭାଗର ଚଢ଼ଉ:୬ ହାତୀଦାନ୍ତ ଜବତ, ତସ୍କର ଗିରଫ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିରରେ ଏସ୍ଟିଏଫ୍ ଓ ବନବିଭାଗ ମିଳିତ ଚଢ଼ଉ କରି ଜଣେ ହାତୀଦାନ୍ତ ତସ୍କରକୁ ଗିରଫ କରିବା ସହ ୬ଟି ହାତୀଦାନ୍ତ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ମାଲପଡ଼ାର ନୁରିନ ସେଠ୍ । ଗୁରୁବାର ସକାଳେ ମାଲପଡ଼ା ନିକଟରେ ବେପାରୀଙ୍କ ସହ ହାତୀଦାନ୍ତ ଡିଲ୍ ପୂର୍ବରୁ ନୁରିନକୁ ଗିରଫ କରାଯାଇଥିଲା । ତାକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ସେ କେଉଁଠାରୁ ହାତୀଦାନ୍ତ ଆଣିଥିଲା ଓ କାହା ସହ ଡିଲ୍ କରିବାକୁ ବସିଥିଲେ, ସେନେଇ ବନବିଭାଗ ନୁରିନଙ୍କୁ ପଚରାଉଚରା କରୁଛି ।
ଏସ୍ଟିଏଫ୍ ସୂଚନା ଅନୁଯାୟୀ, ନୁରିନ ହାତୀଦାନ୍ତ ସ୍ମଗଲିଂ କରୁଥିବା ଏସ୍ଟିଏଫ୍ ସୂଚନା ପାଇଥିଲା । ତେଣୁ ନୁରିନକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ବଲାଙ୍ଗିରରେ ଡେରା ପକାଇଥିଲା । ଗୁରୁବାର ସକାଳେ ନୁରିନ ମାଲପଡ଼ା ନିକଟରେ ହାତୀଦାନ୍ତ ଡିଲ୍ ପାଇଁ ବେପାରୀଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଏସ୍ଟିଏଫ୍ ବଲାଙ୍ଗିର ବନ କର୍ମଚାରୀଙ୍କ ସହ ଚଢ଼ଉ କରିଥିଲା । ନୁରିନ ଧରିଥିବା ଏକ ମୁଣିକୁ ଯାଞ୍ଚ କରିବାରେ ସେଥିରୁ ୯ କିଲୋ ଓଜନର ୬ଟି ହାତୀଦାନ୍ତ ମିଳିଥିଲା । ହାତୀଦାନ୍ତ ସହ ନୁରିନକୁ ବଲାଙ୍ଗୀର ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା । ତାକୁ ବନବିଭାଗ ଅଟକ ରଖିଛି । ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।
ସୂଚନାଥାଉକି, ବନ୍ୟଜନ୍ତୁ ତସ୍କରୀ ଉପରେ ରୋକ ଲଗାଇବା ପାଇଁ ଏସ୍ଟିଏଫ୍ ଆରମ୍ଭ କରିଥିବା ଅଭିଯାନରେ ଆଜି ସୁଦ୍ଧା ୨୭ଟି କଲରାପତରିଆ ବାଘଛାଲ, ୨୪ ହାତୀଦାନ୍ତ, ୭ ହରିଣ ଛାଲ, ୧୩ ଜୀବନ୍ତ ବଜ୍ରକାପ୍ତା, ୩୦.୪ କେଜି ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ ଓ ୨୯ଟି ବାଘ ନଖ ସହ ୪୬ଟି ଶୁଆ ଜବତ କରିଛି । ୬୭ ଜଣ ବନ୍ୟଜନ୍ତୁ ତସ୍କରଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons