ବସ୍-ହାଇୱା ମୁହାଁମୁହିଁ ଧକ୍କା, ୭ ଯାତ୍ରୀ ଆହତ

Get real time updates directly on you device, subscribe now.

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିର ପାହାଡ଼ ରାସ୍ତାରେ ଆଜି ଏକ ବସ୍‌ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ବସ୍ ଯାତ୍ରୀ। ଅନ୍ୟ ଆହତ ଜଣଙ୍କ ହେଉଛନ୍ତି ହାଇୱା ଡ୍ରାଇଭର। ହାଇୱା ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆଜି ପୋଲସରା ଅଞ୍ଚଳର କିଛି ଲୋକ ମା’ ତାରାତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ମନ୍ଦିରର ପାହାଡ଼ ରାସ୍ତାରେ ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ବସ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ହାଇୱାର ସମ୍ମୁଖ ଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଫସି ରହିଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଆସିବା ପରେ ତାଙ୍କୁ ହାଇୱା ଭିତରୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ଆହତମାନଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons