ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍, ବାପ ଓ ଦୁଇ ଝିଅ ମୃତ

Get real time updates directly on you device, subscribe now.

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳରେ ଭୟଙ୍କ ସଡକ ଦୁର୍ଘଟଣା ଘଟିଛି। ଲୁନାକୁ ପଛପଟୁ ଧକ୍କା ଦେଇ ଉପ​ରେ ଚଢ଼ିଯାଇଛି ପିକ୍ଅପ୍‌ ଭ୍ୟାନ୍‌। ଘଟଣାସ୍ଥଳରେ ଚାଲିଗଲା ୪ ଜୀବନ। ମୃତକଙ୍କ ମଧ୍ୟରେ ବାପାଙ୍କ ସହ ୨ ଝିଅ ଏବଂ ଜଣେ ନାତି ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ରାସ୍ତାରେ ରଖି ପରେ ରାସ୍ତାରେ ଟାୟର ଜାଳି ରାସ୍ତାରୋକ କଲେ ସ୍ଥାନୀୟଲୋକ। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦିଆଯାଇଥିବା ଜଣାପଡିଛି। ସ୍ଥାନୀୟ ଗ୍ରାମବାସୀ ପିକ୍ଅପ୍ ଭ୍ୟାନ୍‌କୁ ଅଟକ ରଖିଥିବା ସୂଚନା ମିଳିଛି।ସୂଚନା ମୁତାବିକ, ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏକ ଲୁନାରେ ପିତାଙ୍କ ସହ ୨ ଝିଅ ଓ ନାତିଙ୍କୁ ନେଇ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ (ଓଡି୧୫ପି ୨୩୦୭) ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ପିକ୍‌ଅପ୍‌ ଭ୍ୟାନ୍‌ଟି ଲୁନା ଉପରେ ଚଢିଯାଇଥିଲା । ଯାହାଫଳରେ ପିକଅପ୍‌ ତଳେ ଚାପି ହୋଇ ଲୁନାରେ ବସିଥିବା ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons