ବାଇକ୍ ଚୋର ଗ୍ୟାଙ୍ଗ ପର୍ଦ୍ଧାଫାଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ପେଶାଲ ସ୍କ୍ୱାଡ୍ ଓ ଭରତପୁର ଥାନା ପୁଲିସ ଏକ ବଡ଼ ବାଇକ୍ ଚୋର ଗ୍ୟାଙ୍ଗକୁ ଧରିଛି । ଗ୍ୟାଙ୍ଗର ୬ଜଣ ଚୋର ଓ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩୦ଟି ବାଇକ୍ ଜବତ କରାଯାଇଛି । ପୁଲିସ ଚଢ଼ଉ ବେଳେ ଗ୍ୟାଙ୍ଗର ଆହୁରି ୩ରୁ ଅଧିକ ଚୋର ଫେରାର୍ ହୋଇଯାଇଛନ୍ତି । ସେମାନେ ଧରାପଡିÿଲେ, ଆହୁରି ପାଖାପାଖି ୨୦ ଚୋରା ବାଇକ୍ ମିଳିବ ବୋଲି ପୁଲିସ ଆଶା ରଖିଛି ।
ଅଭିଯୁକ୍ତମାନେ ହେଲେ ପୁରୀ ଗଡିଶାଗଦାର ପ୍ରଦୀପ ପାଇକରାୟ(୨୨), ପୁରୀ ସମୁଦ୍ରକୂଳ ଥାନାର ଆକାଶ ବେହେରା ଓରଫ୍ (କାଶୀ), ବାଦଲ ବେହେରା (୨୨), ସ୍ମାରକ ଶତପଥୀ ଓରଫ୍ ବିଟୁ(୨୦), ସିନୁ ଓରଫ ଶ୍ରୀନିବାସ ମହାନ୍ତି (୨୪), ଜୟ ବେହେରା (୧୯) । ୨ ଦଲାଲ ହେଲେ ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳର ମିଥୁନ ବିଶୋଇ (୨୮) ଓ ଗଞ୍ଜାମ ଖଲିକୋଟର ଅମୀନ ସାହୁ ଓରଫ ରାଜ (୨୯) । ୨ ଦଲାଲ ଚୋରା ବାଇକ୍କୁ ବିକିବା ଦାୟିତ୍ୱ ନେଇଥିଲେ । ପୁଲିସ କହିଛି, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲା ପ୍ରଦୀପ । ଚୋରମାନେ ରାତିଅଧରେ ସହର ବୁଲି ଅପରେସନ କରୁଥିଲେ । ରାଜଧାନୀ ଉପକଣ୍ଠର ନିଛାଟିଆ ଅଞ୍ଚଳ ସେମାନଙ୍କ ଟାର୍ଗେଟରେ ଥିଲା । ଭରତପୁର, ତମାଣ୍ଡୋ, ଯାଁଳା, ଆଇଗିଣିଆ, କଳିଙ୍ଗନଗର, ଜଟଣୀ, ପାତ୍ରପଡ଼ା, ପିତାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଘର ସାମ୍ନାରୁ ବାଇକ୍ ଚୋରି କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons