ବାଇକ୍ ଧକ୍କାରେ ବୃଦ୍ଧ ମୃତ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ଆପ୍ର): ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଛକ ଠାରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ମୃତକ କଉଡ଼ିଆ ଗ୍ରାମର ବୃନ୍ଦାବନ ପ୍ରଧାନ (୭୫) । ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଚାହା ପିଇବା ପାଇଁ ବୃନ୍ଦାବନ ପ୍ରଧାନ ଗ୍ରାମ ଛକକୁ ରାସ୍ତା ପାର ହେବା ସମୟରେ ଦୁଇଜଣ ଯୁବକ ବାଇକ୍ରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ । ଫଳରେ ବାଇକ୍ ୨ ଜଣ ଆରୋହୀ ରାସ୍ତାରେ ଛିଟ୍କି ପଡ଼ି ଆହତ ହୋଇଥିଲେ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ବାଇଶିପଳ ଗ୍ରାମର ଦୁଇ ଯୁବକଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଏକ ଘରେ ଅଟକ ରଖିଥିଲେ । ମୃତକଙ୍କୁ କ୍ଷତିପୂରଣ ସହାୟତା ଦାବିରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପହଞ୍ଚି ଘଟଣାର ତଦନ୍ତ କରବା ସହ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ । ଆହତ ବାଇକ୍ ଆରୋହୀଙ୍କୁ ଚିକିତ୍ସା ପାଇଁ ଆଡ଼ପଡ଼ା ଡାକ୍ତରଖାନା ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons