ବାଘ ଉପରେ ମା’ ଦଶଭୁଜା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ପ୍ରତିପଦାରୁ ସ୍ଥାନୀୟ ଗୁଜରାତି କଲୋନିରେ ଆରମ୍ଭ ହୋଇଛି ଦୁର୍ଗାପୂଜା । କୋଭିଡ ଗାଇଡଲାଇନରେ ପୂଜାର୍ଚ୍ଚନା କରାଯାଉଛି । ପୂଜା କମିଟି କର୍ମକର୍ତ୍ତା କହିଛନ୍ତି, ପ୍ରତିବର୍ଷ ଦଶହରାରେ ଏଠାରେ ଡାଣ୍ଡିଆ ନୃତ୍ୟ ହେଉଥିଲା । ସହରରେ ରହୁଥିବା ଗୁଜରାତି ପରିବାରଙ୍କ ସହ ସାଙ୍ଗସାଥୀ ମିଶି ଏହି ନୃତ୍ୟ କରୁଥିଲେ । ତେଣୁ କଲୋନିର ଦଶହରା ପାଳନ ବେଶ୍ ଆକର୍ଷୀୟଣ ଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁ ଗତବର୍ଷରୁ ଏହା ବନ୍ଦ ରହିଛି । ପ୍ରଶାସନର ନିଦେ୍ର୍ଧଶରେ ଗହଳି କରାଯାଉନି । ୫୪ ବର୍ଷ ହେବ ଏଠାରେ ପୂଜା ପାଇ ଆସୁଛନ୍ତି ମା’ ଦଶଭୁଜା । ଅନ୍ୟ ମଣ୍ଡପରେ ମା’ ଦୁର୍ଗାଙ୍କ ବାହନ ସିଂହ ହୋଇଥିବା ବେଳେ ଏଠାରେ କିନ୍ତୁ ବାଘ ଉପରେ ବସିଥାନ୍ତି ମାଆ । ପ୍ରତିପଦାରୁ ଆରମ୍ଭ ହୋଇଥିବା ପୂଜାର୍ଚ୍ଚନା ଦଶମୀରେ ସରିବ । ଅଷ୍ଟମୀ ଦିନ ହୋମଯଜ୍ଞ କରାଯିବ ଓ ଅନ୍ନଭୋଗ ଲାଗି କରାଯିବ । ଏଠାର ପୂଜା ଆୟୋଜନ ପାଇଁ କାହାଠାରୁ ଚାନ୍ଦା ମଗାଯାଏ ନାହିଁ । ୩୦ରୁ ଅଧିକ ଗୁଜରାତି ପରିବାର ଦେଉଥିବା ଆର୍ଥିକ ସହାୟତାରେ ପୂଜା କରାଯାଇଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons