ବାଜିଖୋଲ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଫରେଷ୍ଟ ସେrନ୍ ନିକଟ ବାଜିଖୋଲ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ଆନୁମାନିକ ବୟସ ପ୍ରାୟ ୪/୫ବର୍ଷ ହେବ । ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ହାତୀର ବ୍ୟବଚ୍ଛେଦ କରିଥିଲେ । ମୃତ ହାତୀର ନମୁନା ସଂଗ୍ରହ କରି ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଯାଇଛି । ନିକଟସ୍ଥ ବାରପାହାଡ଼ ଜଙ୍ଗଲରେ ରହୁଥିବା ଏକ ହାତୀପଲରୁ ଉକ୍ତ ହାତୀଟି ଗତ କିଛିଦିନ ହେଲା ଅଲଗା ହୋଇଯାଇଥିଲା । ଏପରିକି ବନବିଭାଗ ପକ୍ଷରୁ ହାତୀଟିକୁ ଟ୍ରାକିଂ ମଧ୍ୟ କରାଯାଉଥିଲା । ଗତକାଲି ରାତିରେ ହାତୀଟି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଡକୁ ମୁହାଁଇଥିବା ବେଳେ ପୁଣି ସୋନପୁର ରେଞ୍ଜ ଅଞ୍ଚଳକୁ ଫେରିଆସିଥିଲା । ଆଜି ସକାଳୁ ଉକ୍ତ ହାତୀଟି ମରି ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons