ବାଜି ରାଉତ ଓଡ଼ିଆ ଅସ୍ମିତାର ଉଜ୍ଜ୍ୱଳ ନକ୍ଷତ୍ର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ସର୍ବକନିÂ ସ୍ୱାଧୀନତା ସଂଗ୍ରାମୀ “ସହିଦ ବୀର ବାଜି ରାଉତ’ ଓଡ଼ିଆ ଜାତିର ବୀରତ୍ୱ, ଶୋର୍ଯ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରଠାରେ “ବାଜି ରାଉତ ସ୍ମୃତି ପରିଷଦ, ପକ୍ଷରୁ ଆୟୋଜିତ ଶ୍ରାଦେ୍ଧାତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଢେଙ୍କାନାଳ ମାଟିର ବୀର ସନ୍ତାନ ସର୍ବକନିÂ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ବଳିଦାନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏହି ସାହସୀ ସର୍ବକନିÂ ସଂଗ୍ରାମୀଙ୍କ ସମେତ ଅନ୍ୟ ସଂଗ୍ରାମୀଗଣ ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଲ୍ଲିକ, ନବ ମଲ୍ଲିକ ଏବଂ ଫଗୁ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ହେଉଛି ଆଧ୍ୟାତ୍ମିକ ଚେତନାର ପବିତ୍ର ଭୂଇଁ । ଏହି ପବିତ୍ର ମାଟି ହେଉଛି, ଅଦମ୍ୟ ସାହସ, ବୀରତ୍ୱ ଏବଂ ସାଲିସ୍ ବିହୀନ ସଂଘର୍ଷର ମାଟି । ବୀର ଓଡ଼ିଆଙ୍କ ଧମନୀରେ ଶୋର୍ଯ୍ୟ ଦଉଡେ଼ । ସେହି ଓଡ଼ିଆ ଜାତିର ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବାଜି ରାଉତ ।
ସେ ଭାରତବର୍ଷର ମୁକ୍ତି ସଂଗ୍ରାମର ସର୍ବକନିÂ ସୈନିକ । ୧୧ ଅକ୍ଟୋବର ୧୯୩୮ର ଉଜ୍ୱଳ ସୂର୍ଯ୍ୟାଲୋକ ମଧ୍ୟ ସ୍ତୀମିତ ଦେଖାଯାଇଥିଲା କାରଣ ସେହିଦିନ କିଶୋର ବାଜି ରାଉତ ବୀରତ୍ୱର ସହ ସାମ୍ନା କରିଥିଲେ ବ୍ରିଟିଶ ପୁଲିସକୁ । ବ୍ରିଟିଶ ପୁଲିସର ଆଦେଶକୁ ଅମାନ୍ୟ କରି ଗୁଳି ଖାଇ ସହିଦ ହୋଇଥିଲେ ବୀର ବାଜି ରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଘାଟର ବ୍ରାହ୍ମଣୀ ନଦୀର ନିର୍ମଳ ପାଣି ବାଜି ରାଉତଙ୍କ ରକ୍ତରେ ଲାଲ୍ ହୋଇ ପବିତ୍ର ହୋଇଯାଇଥିଲା ।
କବି ସଚ୍ଚି ରାଉତରାୟଙ୍କ କବିତା ହେଉଛି ବାଜି ରାଉତଙ୍କୁ ଶ୍ରେÂ ଶ୍ରଦ୍ଧାଞ୍ଜଳି । ଏହି କବିତା ହେଉଛି “ନୁହେଁ ବଂଧୁ, ନୁହେଁ ଏହା ଚିତା, ଏ ଦେଶ ତିମିର ତଳେ, ଏ ଅଲିଭା ମୁକତି ସଳିତା” । ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଦେଶପ୍ରୀତି ପାଇଁ ପ୍ରେରଣାର ଅନନ୍ତ ଉତ୍ସ ଏବଂ ଅଲିଭା ଦୀପ । ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ଆଗାମୀ ଦିନରେ ଯୁବପିଢ଼ିମାନେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ସର୍ବକନିÂ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ବଳିଦାନ ଓ ପ୍ରଜାମଣ୍ଡଳ ଆନେ୍ଦାଳନରୁ ସର୍ବଦା ଅନୁପ୍ରାଣିତ ହେବେ । ବାଜି ରାଉତ ସ୍ମୃତି ପରିଷଦ, ଓଡ଼ିଶା ଏହିଭଳି ଜଣେ ଅନନ୍ୟ ବୀରପୁତ୍ରଙ୍କୁ ଶ୍ରେÂ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ୧୨ବର୍ଷୀୟ ନାବଳକର ତ୍ୟାଗ ଓ ଅଦମ୍ୟ ସାହସର ସ୍ମୃତିଚାରଣ କରିବା ଆମ ପାଇଁ ଗୌରବର ବିଷୟ । ଏହି ପରିଷଦ ଭଳି ଅନେକ ପରିଷଦ ଓଡ଼ିଶା ମାଟିର ସାହସୀ ସଂଗ୍ରାମୀଙ୍କ ବୀରତ୍ୱ ଗାଥାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ମଧ୍ୟ ନେତୃତ୍ୱ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons