ବାଣ ଫୁଟି ୩ ଶିଶୁକନ୍ୟା ଗୁରୁତର

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ବନ୍ତ ବ୍ଲକ ତ୍ରିକୋଣ ଗ୍ରାମରେ ଘଟିଛି ଅଘଟଣ । ବାଣ ବିସ୍ଫୋରଣ ଘଟି ୩ ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଲକ୍ଷ୍ମଣ ହାଁସଦାଙ୍କ ଦୁଇ ଝିଅ ପୂଜା(୧୦) ଓ ବାସନ୍ତୀ(୮) ଏବଂ ମଧୁସୂଦନ ମୁର୍ମୁଙ୍କ ଝିଅ ସବିତା(୯) । ସମସ୍ତଙ୍କ ଘର ଦେବତାଗଡ଼ା ବୋଲି ଜଣାପଡ଼ିଛି । ସେମାନଙ୍କ ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ସେମାନଙ୍କୁ ପ୍ରଥମେ ବନ୍ତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଏହି ପିଲାମାନେ ଖେଳୁଥିଲେ । ରାସ୍ତା କଡ଼ରେ ଏକ ପ୍ଲାଷ୍ଟିକ ବ୍ୟାଗ୍ ପଡ଼ିଥିବା ଦେଖି ଏହାକୁ ଖୋଲିଥିଲେ । ଏହି ସମୟରେ ବ୍ୟାଗ୍ରେ ଥିବା ସୂତୁଲି ବମ୍ ବିସ୍ଫୋରଣ ହୋଇଥିଲା । ଫଳରେ ଏହି ୩ଜଣ ଶିଶୁ ସେଠାରେ ରକ୍ତାକ୍ତ ହୋଇଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ସେଠାରେ ସ୍ଥାନୀୟ ଲୋକେ ପହଞ୍ଚି ୩ ଶିଶୁକନ୍ୟାଙ୍କୁ ପ୍ରଥମେ ବନ୍ତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପଠାଇଥିଲେ । କେମିତି ସେଠାକୁ ସୂତୁଲି ବମ୍ ଆସିଲା, ସେ ସମ୍ପର୍କରେ ପୁଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons