ବାପାପୁଅଙ୍କୁ ଆଖି ବୁଜା ଫାୟାରିଂ କଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ନୂଆପଡ଼ା(ଗୁପ୍ତେଶ୍ୱର ପୃଷ୍ଟି): ଦିନ ଦ୍ୱିପହରରେ ବାପାପୁଅଙ୍କୁ ଆଖି ବୁଜା ଫାୟାରିଂ କଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ରାବଣ ଛକରେ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଛି। ବାପପୁଅଙ୍କ ପରିଚୟ ମିଳିନାହିଁ। ଆଜି ସକାଳେ ବାପପୁଅ ବାଇକ୍‌ରେ ଯାଉଥିବା ବେଳେ ପଛୁରୁ ଏକ କାର୍‌ ଆସୁଥିଲା। ସିନାପାଲି ରାବଣ ଛକରେ କାର୍‌ରେ ଥିବା ଦୁର୍ବୃତ୍ତମାନେ ବାପାପୁଅଙ୍କୁ ୨ ରାଉଣ୍ଡ ଗୁଳି ଚାଳନା କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ାକୁ ସ୍ଥାନାନ୍ତର କରାଯାଇଛି। କାର୍‌ରେ କେତେଜଣ ଦୁର୍ବୃତ୍ତ ଥିଲେ ତାହା ଜଣାପଡ଼ିନାହିଁ। ବାପାପୁଅଙ୍କୁ କାହିଁକି ଦୁର୍ବୃତ୍ତମାନେ ଗୁଳିଚାଳନା କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ବାଇକ୍‌ ଜବତ କରି ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons