ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ୱ

Get real time updates directly on you device, subscribe now.

ମାଲକାନଗିରି ,(ବି.ବି.ନୁ୍ୟଜ): ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ସୋମବାର ଏଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ କରାଯାଇଛି । କିଶୋରକିଶୋରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ବାଲ୍ୟବିବାହ ରୋକିବା ଆଦି ବିଷୟକୁ ନେଇ ଅତିଥିମାନେ ଆଲୋଚନା କରିଛିନ୍ତି ।
ଡିଆରଡିଏ ସମ୍ମିଳନୀ କକ୍ଷରେ ବୈଠକ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ‘ଆଦଭିକା’ କାର୍ଯ୍ୟକ୍ରମରେ ୧୦ ରୁ ୧୯ ବୟସର ସମସ୍ତ କିଶୋରକିଶୋରୀଙ୍କୁ ଅଙ୍ଗନବାଡିରେ ପ୍ରତି ଶନିବାର ବୈଠକ କରାଯାଉଛି ବୋଲି ମୁଖ୍ୟ ଅତିଥି ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସଖୀ ଓ ସହେଲୀ ବଛାଯାଉଛି । ଅଦ୍ୱିକା କ୍ୟାଲେଣ୍ଡର ଅନୁସାରେ ବିଭିନ୍ନ ଶିକ୍ଷା ଦିଆଯାଉଛି । ବୈଠକରେ ୭ ଟି ପ୍ରକଳ୍ପର ସଖୀ ଓ ସହେଲୀ ଯୋଗଦେଇ ନିଜ ଅନୁଭୂତି ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ ଶିଶୁ କନ୍ୟା ଦିବସର ଲକ୍ଷ୍ୟ ଏବଂ ଆଦଭିକା କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଛନ୍ତି । ମାଲକାନଗିରି ସିଡିଏମଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରୋଟେକ୍ସନ ଅଫିସର, ସିଡିପିଓ ତଥା ସିଏମପିଓ, ଆଇସିଡିଏସ୍ ସୁପରଭାଇଜର୍ ଉପସ୍ଥିତ ଥିଲେ । ମୋଟ ୭୦ ଜଣ କିଶୋରକିଶୋରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons