ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ଗାଡ଼ି

Get real time updates directly on you device, subscribe now.

କଳାହାଣ୍ଡି : ବିବାହ ଭୋଜି ଖାଇ ଫେରୁଥିବା ବେଳେ ଓଲଟି ପଡ଼ିଲା ଗାଡ଼ି। ଚାଲିଗଲା ଜଣକ ଜୀବନ। ତା’ସହିତ ୭ ଜଣ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରଙ୍କାବାହାଲରେ। ମୃତ ବ୍ୟକ୍ତିଙ୍କ ନାଁ ହାତୀରାମ ରାଉତ। ତାଙ୍କ ଘର ଧର୍ମଗଡ଼ ବ୍ଲକ୍ କୁଟ୍ରୁ ଗାଁରେ। ସେହିପରି ଆହତମାନେ ହେଉଛନ୍ତି- ବିକ୍ରମଗୁଡ଼ାର ପଞ୍ଚମୀ ନାଗ,ତାରା ନାଗ, ରେଖା ନାଗ, ଜଗମୋହନ ନାଗ, ଜୟନ୍ତୀ ନାଗ, କୁଟ୍ରୁ ଗାଁର ଲଭଲି ରାଉତ ଓ ଇନ୍ଦ୍ରା ରାଉତ। ସମସ୍ତ ଆହତଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚମୀ ନାଗଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଏମାନେ ସମସ୍ତେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ନିକଟସ୍ଥ ବଡ଼ଫୁର୍ଲା ଗ୍ରାମକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରଙ୍କାବାହାଲ କେନାଲ ଛକ ବୁଲାଣିରେ ପିକ୍‌ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ହାତୀରାମ ରାଉତଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons