ବିଇଓ ଅଫିସ୍ ଆଗରେ ଧାରଣା

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ହିଞ୍ଜିଳିକାଟୁ ବିଇଓ କାର୍ଯ୍ୟାଳୟ ଅଧୀନସ୍ଥ ବଡଖଣ୍ଡି ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ସହ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ । ଏ ନେଇ ସୋମବାର ବିଦ୍ୟାଳୟ ସୁରକ୍ଷା କମିଟି ଓ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇ ହିଞ୍ଜିଳିକାଟୁ ବିଇଓ ଅଫିସ୍ ଆଗରେ ସୋମବାର ଧାରଣା ଦେଇଛନ୍ତି । ସମ୍ପୃକ୍ତ ପ୍ରାଥମିକ ବିଦ୍ୟାଳୟରେ ଶୀଘ୍ର ନାମଲେଖା ଆରମ୍ଭ କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଜାରି ରହିବ ବୋଲି ଗ୍ରାମବାସୀ ଚେତାଇ ଦେଇଛନ୍ତି ।
୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କମ୍ ଶିକ୍ଷାର୍ଥୀ ରହିଥିବା ସ୍କୁଲଗୁଡ଼ିକୁ ବନ୍ଦ ସହ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଦେ୍ର୍ଧଶ ଦିଆଯାଇ ଥିଲା । ବଡଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ସଂଖ୍ୟକ ଶିକ୍ଷାର୍ଥୀ ନଥିବାରୁ ବଡଖଣ୍ଡି ହାଇସ୍କୁଲ ସହିତ ମିଶ୍ରଣ କରାଯାଇଛି । ଚଳିତ ଶିକ୍ଷାବର୍ଷରେ ୩୫ ଜଣ ନାମ ଲେଖାଇଥିଲେ ମଧ୍ୟ ଉକ୍ତ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟ ସୁରକ୍ଷା କମିଟି ଓ ଗ୍ରାମବାସୀ ଏହା ବିରୋଧରେ ଅଗଷ୍ଟ ୧୦ ତାରିଖରେ ହିଞ୍ଜିଳିକାଟୁରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ହିଞ୍ଜିଳିକାଟୁ ବିଡିଓ ଏବଂ ବିଇଓଙ୍କୁ ଦାବି ପତ୍ର ଦେଇଥିଲେ । ତଥାପି କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ବିଦ୍ୟାଳୟ ସୁରକ୍ଷା କମିଟି ଓ ଗ୍ରାମର ବହୁ ପୁରୁଷ ମହିଳା ସ୍ଥାନୀୟ ବ୍ଲକ୍ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ । ଘଟଣାର ସ୍ଥାୟୀ ସମାଧାନ ନହେଲେ ଧାରଣା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡିଏସ୍ଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, କିଶାନ ସାହୁ, ସୁରେନ୍ଦ୍ର ଦାସ, ନିରାକାର ଦାସ, ଶଙ୍କର ଦାସ, ସୁଶମା ଦାସ, ନୟନୀ ଦାସଙ୍କ ସମେତ ବହୁ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons