ବିଜେପି ବିଧାୟକଙ୍କ ଗାଡ଼ିକୁ ଢେଲା ପଥର ମାଡ଼, ପିଏସ୍‌ଓ ଓ ଡ୍ରାଇଭର ଆହତ

Get real time updates directly on you device, subscribe now.

ଲୋଇସିଂହା : ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସଓ ଓ ଡ୍ରାଇଭର୍‌ଙ୍କୁ ଆକ୍ରମଣ। ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ଵର ଜାତୀୟ ରାଜପଥ ବୁର୍ଡା ଛକରେ ଆକ୍ରମଣ ହୋଇଛି। ବାଦିବାହାଲରୁ ନିଜ ଗାଁକୁ ଫେରିବା ବେଳେ ବିଧାୟକଙ୍କ ଉପରକୁ ଆକ୍ରମଣ ହୋଇଛି। ସୂଚନାନୁଯାୟୀ, ୨ ଜଣ ଯୁବକ ବିଧାୟକଙ୍କ ଗାଡ଼ି ସାମ୍ନାରେ ବାଇକ୍ ରଖି ଗଣ୍ଡଗୋଳ କରିଥିଲେ। ପ୍ରତିବାଦ କରିବାରୁ ଗାଡ଼ିରୁ ଭିଡି ଡ୍ରାଇଭର୍ ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ମାରପିଟ୍ କରିବା ପରେ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ତେବେ ୨ ଯୁବକଙ୍କ ମାଡ଼ରେ ପିଏସଓ ଓ ଡ୍ରାଇଭର୍ ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକ ମୁକେଶ ମହାଲିଙ୍ଗ ସୁରକ୍ଷିତ ଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons