ବିଦୁ୍ୟତ୍ ଆଘାତରେ ଯୁବକ ମୃତ

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ): ଘର ସଫା କରୁଥିବାବେଳେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଗଲେ ଯୁବକ । ଆଉ ଏଥିରେ ତାଙ୍କର ହେଲା ମୃତୁ୍ୟ । ଏହି ଅଭାବନୀୟ ଘଟଣା ଘଟିଛି କୋଟପାଡ ଥାନା କୁର୍ମାକୋଟ ଗାଁରେ । ମୃତ ଯୁବକ ହେଲେ ସେହି ଗାଁର ତୁଳାରାମ ବିଶୋୟୀ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସୁଚନା ଅନୁସାରେ, ଗାଁର ମଧୁ ହରିଜନଙ୍କ ଘରେ ଗତ ଦୁଇଦିନ ତଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇ ଘରେ ପଡିଥିଲା । ଏହାକୁ ସଫା କରିବାକୁ ମଧୁ ମଙ୍ଗଳବାର ତୁଳାରାମଙ୍କୁ ଘରକୁ ଡାକିଥିଲେ । ତୁଳାରାମ ଘର ସଫାସୁତରା କରୁଥିବାବେଳେ ଅସାବଧାନତାରୁ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଆଘାତ ପାଇ ମୁର୍ମୂଷୁ ଅବସ୍ଥାରେ ସେ ପଡିଥିଲେ । ଖବର ପାଇ ତାଙ୍କ ଭାଇ ମଦନ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତୁରନ୍ତ ଏକ ଗାଡିରେ ତୁଳାରାମଙ୍କୁ ବସାଇ ବୋରିଗୁମ୍ମା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାର ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons