ବିଦୁ୍ୟତ୍ ତାରରେ ଲାଗି ମହିଳା ମୃତ

Get real time updates directly on you device, subscribe now.

ମାଲକାନଗିରି,(ସତ୍ୟ ସାମଲଙ୍କଠାରୁ): ଭାଲୁ ପାଇଁ ବିଛାଯାଇଥିଲା ବିଦୁ୍ୟତ ତାର । ଫସିଗଲେ ମହିଳା । ଆଉ ବିଦୁ୍ୟତ ଆଘାତ ଲାଗି ଘଟଣାସ୍ଥଳରେ ହେଲା ତାଙ୍କର ମୃତୁ୍ୟ । ତାଙ୍କ ସ୍ୱାମୀ ଏଥିରେ ହେଲେ ଗୁରୁତର । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି-୧୭ ଗାଁରେ । ମୃତ ମହିଳା ହେଲେ ପଲକୋଣ୍ଡା ଗାଁର ଉରେ ମାଢି । ଗୁରୁତର ହୋଇଛନ୍ତି ଦେବେ ମାଢି । ମଙ୍ଗଳବାର ଏହି ଅଘଟଣ ଘଟିଛି ।
ଏମଭି-୧୭ ଗାଁରେ ଏକ ମିକ୍ସଚର ଫ୍ୟାକ୍ଟ୍ରି ରହିଛି । ଅନେକ ସମୟରେ ପାଖ ଜଙ୍ଗଲରୁ ଗୋଟିଏ ଭାଲୁ ଚାଲିଆସି ଫ୍ୟାକ୍ଟ୍ରିରେ ନାନା ଉପଦ୍ରବ କରିବା ସହ ପାଖ ଗାଁରେ ପଶିଯାଉଥିଲା । ଲୋକଙ୍କ ଫସଲ ମଧ୍ୟ ନଷ୍ଟ କରୁଥିଲା । ଭାଲୁଟିକୁ ଗାଁ ନିକଟରୁ ଦୂରକୁ ନେଇ ଛାଡିବାକୁ ଲୋକେ ବନବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ କେହି କର୍ଣ୍ଣପାତ କରୁ ନଥିଲେ । ଭାଲୁଟିକୁ ଆୟତ କରିବା ଉଦେ୍ଧଶ୍ୟରେ ଫ୍ୟାକ୍ଟ୍ରି ମାଲିକ ନିଜ ଘର ଚାରିପଟେ ତାର ବିଛାଇ ବିଦୁ୍ୟତ ସଂଯୋଗ ଦେଇଥିଲେ । ଏ ବିଷୟରେ ଉରେ ଓ ଦେବେ ଜାଣି ନଥିଲେ । ଦମ୍ପତି ଉକ୍ତ ଫ୍ୟାକ୍ଟି୍ରକୁ ପ୍ରତିଦିନ ଭଳି ଆଜି କାଠ ଯୋଗାଇବାକୁ ଆସିଥିଲେ । ଏହି ସମୟରେ ଦମ୍ପତି ବିଛା ଯାଇଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । ଦେବେ ଏଥିରେ ଗୁରୁତର ହୋଇଥିବାବେଳେ ଉରେଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ବନ ବିଭାଗର ଅବହେଳା ଓ ମିକ୍ସଚ ଫ୍ୟାକ୍ଟ୍ରି ମାଲିକଙ୍କ ଏଭଳି କାରନାମା ଯୋଗୁ ଜଣେ ଲୋକର ଜୀବନ ଚାଲିଗଲା ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons