ବିଧାୟକ-ବିଡିଓଙ୍କ ଧକ୍କା ମରାମାରି ମାମଲାରେ ବିଧାୟକ ଗିରଫ

Get real time updates directly on you device, subscribe now.

ଦେବଗଡ,(ବି.ବି.ଆପ୍ର): ବିଶେଷତଃ ଗ୍ରାମାଞ୍ଚଳ ଉନ୍ନତି ପାଇଁ ତ୍ରି-ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଉଭୟ ପ୍ରଶାସକ ଓ ଜନପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଏକ ପ୍ରକଳ୍ପ କାର୍ଯ୍ୟକୁ ନେଇ ବିଧାୟକ ଭଳି ଜଣେ କ୍ଷମତାସୀନ ରାଜନେତା ଓ ବିଡିଓଙ୍କ ଭଳି ଜଣେ ପ୍ରଶାସକଙ୍କ ମଧ୍ୟରେ ଧକ୍କା ମରାମାରି ହେବା ସହ ଘଟଣା ଯାଇ ଥାନାରେ ପହଞ୍ଚିବା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ପକ୍ଷ ପରସ୍ପର ବିରୋଧରେ ଲିଖିତ ଏତଲା ଦେଇଥିବା ବେଳେ ପୁଲିସ ଷ୍ଟେସନ ଡାଏରୀ କରି ମାମଲାର ସମାଧାନ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି । ଘଟଣାକୁ ନେଇ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଜିଲ୍ଲା ଓଏଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ବିଧାନସଭା ଏଥିr କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେବଗଡ ପୋଲିସ ରବିବାର ଭୁବନେଶ୍ୱରରୁ ବିଜେପି ବିଧାୟକ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରି ଦେବ ନେଇଥିବା ଜଣାପଡିଛି ।
ସୂଚନାନୁସାରେ ଛେପିଲିପାଲି ପଞ୍ଚାୟତ ଭାଲିଆଗୁଡ଼ି ଗାଁରେ ଚାଲିଥିବା ଏକ ପ୍ରକଳ୍ପକୁ ନେଇ ରିଟ୍ ପିଟିସନ୍ ଦାଖଲ ହୋଇଥିଲା । ହାଇକୋର୍ଟଙ୍କ ଆଦେଶ କ୍ରମେ ଆଜି ତହସିଲଦାର ଓ ବିଡିଓଙ୍କ ଭଳି ମାଜିଷ୍ଟେ୍ରଟ୍ କ୍ଷମତା ସମ୍ପନ୍ନ ଅଧିକାରୀ ଯୁଗ୍ମ ତଦନ୍ତ କରିବାକୁ ଯାଇଥିଲେ । ସେଠାରେ ଏହାକୁ ନେଇ ରାଜନେତାଙ୍କ ସହ ତୁତୁ..ମେମେ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ପର୍ଶକାତର ଘଟଣା ସମ୍ପର୍କରେ ଜାଣିବାକୁ ଉଭୟ ଅଭିଯୋଗକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିବା ବେଳେ କେହି ଜଣେ ହେଲେ ଫୋନ୍ ରିସିଭ୍ ନକରିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତିଳେଇବଣି ବିଡିଓ ଶ୍ରୀ ଦଳପତିଙ୍କ ଅଭିଯୋଗ ଅନୁସାରେ ଭାଲିଆଗୁଡି ଗାଁର ଏକ ପ୍ରକଳ୍ପ ନିର୍ମାଣ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ ହୋଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଶ୍ରୀ ଦଳପତି ଦେବଗଡ ତହସିଲଦାର ପଲ୍ଲବୀ ନାୟକଙ୍କ ସହ ରେଭେନୁ୍ୟ ସୁପରଭାଇଜର ହୃଦାନନ୍ଦ ସାହୁ, ଆର୍ଆଇ ଜଲିରାଣୀ ପ୍ରଧାନ ଓ ଜିଆରଏସ ଜଗନ୍ନାଥ ସାହୁ ପ୍ରମୁଖଙ୍କ ସହ ତଦନ୍ତ ପାଇଁ ଭାଲିଆଗୁଡି ଗାଁକୁ ଯାଇଥିଲେ । ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀଙ୍କ ସହ ବିଜେପି କର୍ମୀ ତଥା ଏମଏଲଏ ବ୍ଲକ୍ ନୋମିନୀ ଅକାଳୁ ଧଳ, ରୁନା ପଣ୍ଡା, କୁମରମଣୀ ସାହୁ, ପ୍ରତାପ ପଣ୍ଡା ଓ ବାବୁଲି ଓରଫ୍ ଦେବାଶିଷ କର ପ୍ରମୁଖ ପହଞ୍ଚି ଶ୍ରୀ ଦଳପତିଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ଦେଇ ଗାଡ଼ିରେ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ । ସହଯୋଗୀ ଓ ବିଭାଗୀୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣିଥିଲେ ବୋଲି ଶ୍ରୀ ଦଳପତି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗ ଅନୁସାରେ ସେ ଉକ୍ତ ପ୍ରକଳ୍ପ ନିର୍ମାଣ ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ସମ୍ପୃକ୍ତ ବିଡିଓ ଶ୍ରୀ ଦଳପତିଙ୍କୁ କହିବାରୁ ସେ ତାଙ୍କୁ ବ୍ଲକ ଅଫିସ ଆସିବାକୁ କହିଥିଲେ । ଶ୍ରୀ ପାଣିଗ୍ରାହୀ ତିଲେଇବଣି ପହଞ୍ଚିଥିବା ବେଳେ ବିଡିଓ ବ୍ଲକରେ ଅନୁପସ୍ଥିତ ଥିଲେ । ଫୋନ୍ କରିବାରୁ ବିଡିଓ ଦୁଧିଆନାଳି ଆସିଛି କହିବାରୁ ବିଧାୟକ ସେଠାରେ ପହଞ୍ଚି ତାଙ୍କୁ ନପାଇ ପୁଣି ଯୋଗାଯୋଗ କରିବାରୁ ବିଡିଓ ତାଙ୍କୁ ପୁଣିଥରେ ତାଳକୁଣ୍ଡି ପଞ୍ଚାୟତରେ ଅଛି ବୋଲି କହିଥିଲେ । ବିଧାୟକ ତାଳକୁଣ୍ଡି ପହଞ୍ଚି ବିଡିଓଙ୍କୁ ସେଠାରେ ନପାଇ ଫୋନ କରିବାରୁ ସେ ଛେପିଲିପାଲି ପଞ୍ଚାୟତ ଭାଲିଆଗୁଡି ଗାଁରେ ଥିବା କହିବାରୁ ବିଧାୟକ ସେଠାକୁ ପହଞ୍ଚି ଶ୍ରୀ ଦଳପତିଙ୍କୁ ଏଭଳି କାହିଁକି ଠକୁଥିଲେ ବୋଲି ପଚାରିଥିଲେ । ଏତିକି କଥାରେ ସମ୍ପୃକ୍ତ ବିଡିଓ ଶ୍ରୀ ଦଳପତି ଯୁକ୍ତିତର୍କ କରିବା ସହ ତାଙ୍କୁ କଲର୍ ଧରି ଏହା ବିଧାନସଭା ନୁହେଁ ବୋଲି କହିଥିଲେ । ବିଡିଓ ଉତକ୍ଷୀପ୍ତ ହୋଇ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ସହକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ବିଧାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ନିର୍ଦ୍ଧିଷ୍ଟ ଏକ ପ୍ରକଳ୍ପ ନିର୍ମାଣକୁ ନେଇ ଉଭୟ ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ଏଭଳି ଅପ୍ରୀତିକର ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ଓ ମାମଲା ପ୍ରତ୍ୟାହାର ପାଇଁ ଉଭୟଙ୍କ ଉପରେ ଚାପ ସୃଷ୍ଟି ହେଉଥିବା ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons