ବିଧାୟକ ମନୋହରଙ୍କ ବିରୋଧରେ ଭିଜିଲାନ୍ସ ମାମଲା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ ମାମଲାରେ ଆଜି ସାକ୍ଷ୍ୟଗ୍ରହଣ ହୋଇପାରିଲାନି । ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ହେବା ପରେ ଆଜି ଅଭିଯୋଗକାରୀଙ୍କ ପକ୍ଷରୁ ସାକ୍ଷ୍ୟ ଦେବାର ଥିଲା । କିନ୍ତୁ ଅଭିଯୋଗକାରୀ ପୂର୍ବତନ ବିଧାୟକ ସଦନ ନାୟକଙ୍କ ଓକିଲ ଟାଇମ ପିଟିସନ ଦାଖଲ କରିଥିବାରୁ ସାକ୍ଷ୍ୟଗ୍ରହଣ ଲାଗି ତାରିଖ ଘୁଞ୍ଚାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ କୁମାର ଏକ୍କା ।
ବିଧାୟକ ଶ୍ରୀ ରନ୍ଧାରୀଙ୍କ ବିରୋଧରେ ସରକାରୀ ଅର୍ଥ ହଡପ ସହ ଅନ୍ୟାନ୍ୟ ଅଭିଯୋଗ ଆଣିଥିଲେ ପୂର୍ବତନ ବିଧାୟକ ଶ୍ରୀ ନାୟକ । ଶ୍ରୀ ରନ୍ଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ତଦନ୍ତ କରିବାକୁ କୋରାପୁଟ ଭିଜିଲାନ୍ସକୁ ନିଦେ୍ର୍ଧଶ ଦେଇଥିଲେ । ଭିଜିଲାନ୍ସ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଭିଜିଲାନ୍ସ କୋର୍ଟର ଆଶ୍ରୟ ନେଇଥିଲେ ବିଧାୟକ ଶ୍ରୀ ନାୟକ । ୨୦୧୩ରେ ଅଭିଯୋଗ ମାମଲା ଦାଖଲ କରିଥିଲେ । ଏହି ଅଭିଯୋଗକୁ ଗ୍ରହଣ କରିଥିଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ । ଅଭିଯୋଗକାରୀଙ୍କ ପକ୍ଷରୁ ଉପଯୁକ୍ତ ସାକ୍ଷ୍ୟ ଦିଆଯାଇଥିଲା । ଏଥିସହ ଅଭିଯୋଗକାରୀଙ୍କ ପକ୍ଷରୁ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରାଯାଇଥିଲା । ବିଧାୟକ ଶ୍ରୀ ରନ୍ଧାରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗରେ ସତ୍ୟାସତ୍ୟ ଥିବା ଜାଣିବା ପରେ ୨୦୨୧ରେ ଭିଜିଲାନ୍ସ ଜଜ୍ ଚାର୍ଜଫ୍ରେମ କରିଥିଲେ । ଆଇପିସିିିର ୪୨୦/୪୬୭/ ୪୭୭-ଏ ସହ ପିସି ଆକ୍ଟରେ ଚାର୍ଜଫ୍ରେମ ହୋଇଥିଲା । ଆଜି ଅଭିଯୋଗକାରୀଙ୍କ ପକ୍ଷରୁ ସାକ୍ଷ୍ୟ ଦେବାର ଥିଲା । କିନ୍ତୁ ଅଭିଯୋଗକାରୀଙ୍କ ପକ୍ଷରୁ ଟାଇମ ପିଟିସନ ଦାଖଲ କରାଯାଇଥିଲା । ପରବର୍ତ୍ତି ତାରିଖରେ ଏହାର ଶୁଣାଣି ହେବ ।
ସୂଚନାଥାଉକି, ସେତେବେଳେ ବିଧାୟକ ଶ୍ରୀ ରନ୍ଧାରୀ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବରିÂ କିରାଣି ତଥା ଷ୍ଟୋର କିପର ଭାବେ କାର୍ଯ୍ୟ କରୁଥିଲେ । ୨୦୦୫ରୁ ୨୦୦୮ ମସିହା ପର୍ଯ୍ୟନ୍ତ ସିମେଣ୍ଟ ଓ ଚାଉଳ କିଣିବା ସହ ଏହାକୁ ହିତାଧିକାରୀ ଓ ଠିକାଦାରଙ୍କୁ ଦେଉଥିଲେ । ସେ ସମୟରେ ସେ ବ୍ଲକର ଅର୍ଥଦେଣନେଣ କାରବାର ବି କରୁଥିଲେ । କ୍ୟାସ ବୁକ ପରିଚାଳନା କରୁଥିଲେ । ଶ୍ରୀ ରନ୍ଧାରୀ ସରକାରୀ ଅର୍ଥ ଆତ୍ମସାତ କରିଥିବା ସମ୍ପର୍କରେ ତ+ାଳୀନ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ । ଏହାର ଅଡିଟ୍ କରାଯାଇଥିଲ । ଟଙ୍କା ହେରଫେର ହୋଇଥିବା ଅଡିଟ୍ରୁ ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଶ୍ରୀ ରନ୍ଧାରୀ ଚାକିରିରୁ ଇସ୍ତଫା ଦେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆତ୍ମସାତ କରିଥିବା ୫ ଲକ୍ଷ ୬୧ ହଜାର ୬୦୬ ଟଙ୍କା ନନ୍ଦାହାଣ୍ଡି ବ୍ଲକରେ ୨୦୧୦ରୁ ୨୦୧୨ ମଧ୍ୟରେ ଜମା କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଚାକିରି କରୁଥିବା ସମୟରେ ସେ ସରକାରୀ ଟଙ୍କା ଆତ୍ମସାତ କରିଥିଲେ । ତେଣୁ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁÂାନ ହେବ ନାହିଁ ବୋଲି ଅଭିଯୋଗ ଆଣିଥିଲେ ପୂର୍ବତନ ବିଧାୟକ ଶ୍ରୀ ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons