ବିଭାଗୀୟ କାର୍ଯ୍ୟ ଓ ୫-ଟି ସ୍କୁଲ କାର୍ଯ୍ୟକ୍ରମ ସମୀକ୍ଷା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ସତ୍ୟରଞ୍ଜନ ସାହୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହ ଉପନିଦେ୍ର୍ଧଶକ ମର୍କତ କେଶରୀ ରାୟ, ସହନିଦେ୍ର୍ଧଶକ ସୁଧାଂଶୁ ଶେଖର ପାତ୍ର ମଧ୍ୟ ଜିଲ୍ଲା ଗସ୍ତ କରିଛନ୍ତି । ଦୁଇଦିନିଆ ଗସ୍ତ ଅବସରରେ ଛତ୍ରପୁର ଠାରେ ଦକ୍ଷିଣାଞ୍ଚଳ ୧୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ), ସହଜିଲ୍ଲା ଶିକ୍ଷାଧିକାରୀ (ଏଡିଇଓ), ଜିଲ୍ଲା ବିଜ୍ଞାନ ନିରୀକ୍ଷକମାନଙ୍କ ସମ୍ମିଳନୀ ହୋଇଥିଲା । ଏଥିରେ ୧୦ଟି ଜିଲ୍ଲାର ଶିକ୍ଷା ବିଭାଗ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ଆବଶ୍ୟକ ନିଦେ୍ର୍ଧଶ ଓ ପରାମର୍ଶ ଦେଇଥିଲେ ସେ । ଗଞ୍ଜାମ ଜିଲ୍ଲା ଡିଇଓ ବିନୀତା ସେନାପତି, ଦୁଇ ସହ ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବିଷ୍ଣୁପ୍ରସାଦ ତ୍ରିପାଠୀ ମଧ୍ୟ ଯୋଗ ଦେଇଥିଲେ । ପ୍ରାୟ ୪ ମାସ ତଳେ ବିଭାଗୀୟ କାର୍ଯ୍ୟରେ ଯୋଗଦାନ ପରେ ଏହା ତାଙ୍କର ପ୍ରଥମ ଗଞ୍ଜାମ ଜିଲ୍ଲା ଗସ୍ତ ଥିଲା ।
ସୋମବାର ଗସ୍ତର ପ୍ରଥମ ଦିନ ଛତ୍ରପୁରସ୍ଥିତ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ୧୦ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୂଆପଡା, କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନିଗିରିର ଡିଇଓ ସମ୍ମିଳନୀ ହୋଇଥିଲା । ମୁଖ୍ୟତଃ ବିଭାଗ ସମ୍ବନ୍ଧିତ କୋର୍ଟ କେସ୍ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ପ୍ରସଙ୍ଗ ଗୁରୁତ୍ୱ ପାଇଥିଲା । ବିଭାଗୀୟ କାର୍ଯ୍ୟାନୁÂାନ (ଡିପାର୍ଟମେଣ୍ଟାଲ୍ ପ୍ରୋସିଡିଂ) କ୍ଷେତ୍ରରେ ୬ ମାସ ମଧ୍ୟରେ ଫଇସଲା କରାଯାଇ ପାରୁନି । ବିଭାଗୀୟ ଅଧିକାରୀ ଓ କିରାଣୀମାନଙ୍କ ଅବହେଳା ହେତୁ ଉଚିତ୍ ସମୟରେ ସଠିକ୍ ପଦକ୍ଷେପ ଅଭାବରୁ ତାହା କୋର୍ଟ କେସ୍ରେ ପରିଣତ ହେଉଛି । ରାଜ୍ୟ ସରକାର ବାଧ୍ୟ ହୋଇ ବାରମ୍ବାର ନ୍ୟାୟାଳୟର ଦ୍ୱାରସ୍ଥ ହେଉଛନ୍ତି କିମ୍ବା ସମ୍ପୃକ୍ତ ଅଭିଯୋଗକାରୀଙ୍କ ସପକ୍ଷରେ ପଦକ୍ଷେପ ଗ୍ରହଣ କରିବାକୁ ପଡୁଛି । ସରକାର ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାହିଁକି ମାମଲା ବଢୁଛି ବୋଲି ପଚାରି ମୂଳରୁ ଏହାର ପ୍ରତିକାର କରିବାକୁ ଗୁରୁତ୍ୱ ଦେଇଥିଲେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ । ବିଭିନ୍ନ ଅଦାଲତରେ ପେଣ୍ଡିଂ ଥିବା କେସ୍, ହାଇକୋର୍ଟ ଓ ରାଜ୍ୟ ଟ୍ରିବୁ୍ୟନାଲ୍ରେ ପୂର୍ବରୁ ଥିବା କେସ୍ ବାବଦରେ ଆଲୋଚନା ହୋଇଥିଲା । କର୍ମଚାରୀଙ୍କ ପେନ୍ସନ୍ ଜନିତ ମାମଲା ହ୍ରାସ କରିବାକୁ ଉଚିତ କାଗଜପତ୍ର ଓ ନିର୍ଦ୍ଧାରିତ ସମୟରେ ପଦକ୍ଷେପ ନେବାକୁ କହିଥିଲେ ସେ ।
ସରକାରୀ ଓ ବ୍ଲକ୍ ଗ୍ରାଣ୍ଟ୍ ହାଇସ୍କୁଲର ୯ମ ଶ୍ରେଣୀ ଛାତ୍ରୀଙ୍କୁ ୨୬୦୦ ଟଙ୍କା ସାଇକେଲ୍ ବାବଦକୁ ପ୍ରଦାନ କରାଯାଉଛି । ତେବେ ପରିଲକ୍ଷିତ ହେଉଛି ଏହା ପ୍ରାୟ ଶିକ୍ଷା ବର୍ଷ ଶେଷ ଆଡକୁ ଅର୍ଥାତ୍ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ସେମାନେ ପାଉଛନ୍ତି । ଆଗରୁ ଏହି ଅନୁଦାନ ମଞ୍ଜୁର କରିବାକୁ କହିଥିଲେ ନିଦେ୍ର୍ଧଶକ ସାହୁ । ତେବେ ଛାତ୍ରୀମାନଙ୍କ ପ୍ରାୟତଃ ବ୍ୟାଙ୍କ୍ ପାସ୍ବୁକ୍ ନଥିବାରୁ ଏହି ସମସ୍ୟା ଉପୁଜିଥିବା ଜଣାଯାଇଥିଲା । ଏ ଦିଗ ସଚେତନତା ସୃଷ୍ଟି କରିବାକୁ କହିଥିଲେ ସେ । ସେହିପରି ବିଭିନ୍ନ ମେଧାବୃତ୍ତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଓ ବିଦ୍ୟାର୍ଥୀଙ୍କୁ ବୃତ୍ତି ପ୍ରଦାନ, ଖେଳକୁଦ ପ୍ରତିଯୋଗିତା ଆୟୋଜନ, ବିଜ୍ଞାନ ପ୍ରଦର୍ଶନୀ ବାବଦରେ ସମୀକ୍ଷା କରିଥିଲେ । ଆଗାମୀ ମାଟ୍ରିକ୍ ପରୀକ୍ଷା ପାଇଁ କେନ୍ଦ୍ର ବାବଦରେ ଆଲୋଚନା ହୋଇଥିଲା । ଏଥିସହ ବିଭିନ୍ନ ଦୁର୍ନୀତି ଅଭିଯୋଗର ଅଡିଟ୍ ସମ୍ବନ୍ଧିତ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଥିବାରୁ ସେ ଉପରେ ସମୀକ୍ଷା କରିଥିଲେ ନିଦେ୍ର୍ଧଶକ । ଏହା ପରେ ସେ ଛତ୍ରପୁର ଅନ୍ସ୍ଲୋ ହାଇସ୍କୁଲ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ସ୍ଥିତି ସମୀକ୍ଷା କରିଥିଲେ ।
ମଙ୍ଗଳବାର ସେ ବ୍ରହ୍ମପୁର କେ.ସି.ହାଇସ୍କୁଲ, କେ.ସି.ପବ୍ଲିକ୍ ସ୍କୁଲ ପରିଦର୍ଶନ କରିଥିଲେ । ଏହି ଦୁଇ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ଓ ଏ ସମ୍ବନ୍ଧୀୟ ବିବାଦର ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ହିଞ୍ଜିଳିକାଟୁ ଯାଇ ବୃନ୍ଦାବନ ବିଦ୍ୟାପୀଠ ଠାରେ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ୍ର ୫-ଟି ରୂପାନ୍ତରଣ ହୋଇଥିବା ୫୩ଟି ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ପାଠପଢା, ଇ-ଲାଇବ୍ରେରୀ, କ୍ରୀଡା, ପରୀକ୍ଷା ଫଳ, ଅଭିଭାବକ- ଶିକ୍ଷକ ସଂଘ (ପିଟିଏ), ମାତୃ- ଶିକ୍ଷକ ସଂଘ (ଏମ୍ଟିଏ), ବିଦ୍ୟାଳୟ କ୍ୟାସ୍ ବୁକ୍ ଆଦି ବାବଦରେ ସମସ୍ତ ପ୍ରଧାନଶିକ୍ଷକ / ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଫେରିଥିଲେ ।
ଯୁକ୍ତ ଦୁଇ ଅଫିସରୁ ଫେରିଗଲେ
ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ସତ୍ୟରଞ୍ଜନ ସାହୁ ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ତେବେ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ପରେ ସେ ଅଚାନକ ବ୍ରହ୍ମପୁର ହିଲ୍ପାଟଣାସ୍ଥିତ ଯୁକ୍ତ ଦୁଇ ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳକୁ କାର୍ଯ୍ୟାଳୟ ପ୍ରାୟ ଫାଙ୍କା ଥିଲା । ହାତଗଣତି କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ନିରାଶ ଓ କ୍ଷୁବ୍ଧ ହୋଇ ସେ ଅଳ୍ପ ସମୟ ମଧ୍ୟରେ ସେଠାରୁ ଫେରି ଆସିଥିଲେ ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ (ବ୍ରହ୍ମପୁର) ଡ. କୁଳମଣି ଓଝା କହିଛନ୍ତି ଯେ- ପରିଷଦ ଚେୟାର୍ମ୍ୟାନ୍ ଅଫିସିଆଲ୍ ଭିଜିଟ୍ରେ ଆସିଲେ ଆଗୁଆ ସୂଚନା ଆସିଥାଏ । ଏଥର ସେ ଯେହେତୁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟରେ ଆସିଥିଲେ ତେଣୁ ଆମକୁ କୌଣସି ସୂଚନା ନଥିଲା । ମୁଁ ଗତ ତିନି ଦିନ ହେବ କନ୍ଧମାଳ ଜିଲ୍ଲା ଗସ୍ତରେ ଥିଲି । ତେବେ ମଙ୍ଗଳବାର ଅଫିସ୍ରେ ଅପରାହହ୍ଣ ୩ଟା ପର୍ଯ୍ୟନ୍ତ ରହି ଗସ୍ତ ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରୁଥିଲି । ଏହାପରେ ମଧ୍ୟାହ୍ଣ ଭୋଜନ ପାଇଁ ଯାଇଥିଲି । ଏହାରି ମଧ୍ୟରେ ପୂର୍ବ ସୂଚନା ବିନା ନିଦେ୍ର୍ଧଶକ ଆମ ଅଫିସ୍ରେ ପହଞ୍ଚିଥିଲେ । ତାଙ୍କ ସହ ଫୋନ୍ରେ ଆଲୋଚନା ହୋଇଛି ଓ ପରବର୍ତ୍ତୀ ସମୟରେ କଥାବାର୍ତ୍ତା ହେବେ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons