ବିରଳ ବଜ୍ରକାପ୍ତା ଉଦ୍ଧାର

Get real time updates directly on you device, subscribe now.

କୁମ୍ଭାରୀ, (ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁର ସହରାପଡ଼ାର ନୀଳମଣି ଭୋଇ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସେ ଭୋର୍ରେ କ୍ଲବରେ ଶୋଇଥିବା ବେଳେ ଏକ ଭିନ୍ନ ପ୍ରକାର ଶବ୍ଦ ଶୁଣି ଆସି ଦେଖିବା ବେଳେ ଏହି ବିରଳ ପ୍ରଜାତିର ଜୀବ ସେଠାରେ ଥିଲା । ତୁରନ୍ତ ଗାଁର ପିଣ୍ଟୁ ଠେଲାଙ୍କ ସହାୟତାରେ କ୍ଲବରେ ତାକୁ ସୁରକ୍ଷିତ ରଖାଯାଇଥିଲା । ଗ୍ରାମବାସୀଙ୍କ ସାହାଯ୍ୟରେ ବରପାଲି ପୁଲିସ୍ ଓ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବନ କର୍ମଚାରୀ ତାକୁ ନେଇ ଯାଇଥିଲେ । ସୂଚନାଯୋଗ୍ୟ, ଲୁପ୍ତପ୍ରାୟ ବଜ୍ରକାପ୍ତା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଚୋରା ଚାଲାଣ ହେଉଛି । ସୌଭାଗ୍ୟବଶତଃ ଏହି ବଜ୍ରକାପ୍ତାଟି ଏଭଳି କିଛି ଚୋରାବେପାରୀଙ୍କ ହାବୁଡ଼ରେ ପଡ଼ି ନ ଥିବାରୁ ବର୍ତ୍ତିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons