ବିଶ୍ୱର ଋଣ ୨୨୬ ଲକ୍ଷ କୋଟି ଡଲାର: ଭାରତରେ ଋଣ ଜିଡିପିର ୮୯.୬%

Get real time updates directly on you device, subscribe now.

ନୂଆଦିଲ୍ଲୀ: କୋଭିଡ୍-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୮୯.୬% ଥିବାବେଳେ ଏ ବର୍ଷ ୯୦.୬%କୁ ବୃଦ୍ଧି ପାଇବା ନେଇ ଆଇଏମ୍ଏଫ୍ ଆକଳନ କରିଛି ।
୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନ୍ର ଭାଗ ୯୦%ରୁ ଅଧିକ ଥିଲା । ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ୱ ଋଣ ପରିମାଣର ପ୍ରାୟ ୭ଧ ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।
ଆଇଏମ୍ଏଫ୍ର ନିଦେ୍ର୍ଧଶକ(ଆର୍ଥିକ ବ୍ୟାପାର ବିଭାଗ) ଭିଟୋର ଗ୍ୟାସ୍ପର କହିଛନ୍ତି ଯେ, କୋଭିଡ୍-୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ୱ ଋଣ ସ୍ତର ବୃହତ୍ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହି ଋଣ ବିତ୍ତୀୟ ସ୍ଥିରତାକୁ ରିସ୍କ ବୋଲି ସେ କହିଛନ୍ତି ।
ସରକାରୀ ଋଣ, ପାରିବାରିକ ଏବଂ ଅଣ-ବିତ୍ତୀୟ କର୍ପୋରେସନଗୁଡିକର ଋଣ ବୃଦ୍ଧି ଯୋଗୁ ୨୦୨୦ରେ ବିଶ୍ୱ ଋଣ ୨୨୬ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଆଇଏମ୍ଏଫ୍ ରିପୋର୍ଟ ଅନୁସାରେ ୨୦୧୬ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬୮.୯% ଥିଲା । ଏହା ୨୦୨୦ରେ ୮୯.୬%କୁ ବୃଦ୍ଧି ପାଇଛି । ୨୦୨୧ରେ ଏହା ୯୦.୬%କୁ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି । ୨୦୨୨ରେ ଯାଇ ଏହା ୮୮.୮%କୁ ଖସିବ ଏବଂ ୨୦୨୬ରେ ୮୫.୨%କୁ କମିବ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି । ଆଇଏମ୍ଏଫ୍ ଅନୁସାରେ ଏ ବର୍ଷ ବିଶ୍ୱ ଋଣ ପରିମାଣ ହ୍ରାସ ଘଟିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons