ବିଶ୍ୱ ଶିଶୁକନ୍ୟା ଦିବସ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଝିଅମାନେ ପୁଅଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ରକ୍ଷଣଶୀଳ ମନୋଭାବ ଏମାନଙ୍କୁ ପଛରେ ପକାଇ ଦେଉଛି । ବିଶ୍ୱ ଶିଶୁକନ୍ୟା ଦିବସ ଅବସରରେ ଏହା କହିଛନ୍ତି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ରନôାକର ସାହୁ । ଏଭଳି ମନୋଭାବକୁ ବଦଳାଇଲେ ଦେଶର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ ବକ୍ତବ୍ୟରେ ଦର୍ଶାଇଛନ୍ତି ।
ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରୀ ସାହୁ ଏଥିରେ ମୁଖ୍ୟ ଅତିଥି ଥିଲେ । ଝିଅମାନଙ୍କୁ ଆଗକୁ ନେବାପାଇଁ ସାମୂହିକ ଉଦ୍ୟମ ଦରକାର ଓ ଏଥିପାଇଁ ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ ବୋଲି ସେ ଆହ୍ୱାନ ଦେଇଛନ୍ତି । ଶିଶୁକନ୍ୟାଙ୍କ ଅଧିକା ଅକ୍ଷୁଣ୍ଣ ରଖିବାକ ସବୁ କ୍ଷେତ୍ରରେ ପ୍ରୟାସ ଜରୁରି ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଅଙ୍ଗନବାଡି କର୍ମୀ ଓ ସହେଲୀମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଦିବାକର ବାହୁକ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ନବରଙ୍ଗପୁର ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons