ବୁଥ୍‌ରେ ଝଗଡ଼ା, ବାହାରେ ଛୁରାମାଡ଼

Get real time updates directly on you device, subscribe now.

ଭଦ୍ରକ : ବୁଥରେ ଝଗଡ଼ା ପରେ ଯୁବକଙ୍କୁ ଛୁରାମାଡ଼ । ଭଦ୍ରକ ଧାମନଗରର ୯ ନମ୍ବର ଓ୍ୱାର୍ଡ ୧୬ ନମ୍ବର ବୁଥ୍‌ରେ ଝଗଡ଼ା ପରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ରାଜ୍ୟର ପୌରା ଅଞ୍ଚଳରେ ଭୋଟ ଗ୍ରହଣ ଚାଲିଛି । ହେଲେ ଭଦ୍ରକ ଧାମନଗର ଏନ୍‌ଏସିର ୯ ନମ୍ବର ଓ୍ୱାର୍ଡ ୧୬ ନମ୍ବର ବୁଥ୍‌ରେ ଘଟିଲା ଅଭାବନୀୟ ଘଟଣା । କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ହଠାତ୍‌ ବୁଥ୍‌ ବାହାରେ ପ୍ରତିପକ୍ଷ ଯୁବକ ରମେଶ କୁମାର ଲେଙ୍କାଙ୍କୁ ଛୁରାମାଡ଼ କରିଥିଲେ । ଏଥିରେ ଯୁବକ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ପେଟରେ ଆଘାତ ଲାଗିଛି । ସେପଟେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons