ବୁଲା ଗାଇକୁ ବଞ୍ଚାଇବାକୁ ଯାଇ ସିରିଜ ଦୁର୍ଘଟଣା, ବାଇକ୍‌ ଆରୋହୀଙ୍କ ଜୀବନ ଗଲା

Get real time updates directly on you device, subscribe now.

ବଲାଙ୍ଗିର(ଗୁପ୍ତେଶ୍ୱର ପୃଷ୍ଟି): ଏକ ବୁଲା ଗାଇକୁ ବଞ୍ଚାଇବାକୁ ଯାଇ ହେଲା ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ପରସ୍ପର ସହ ପିଟି ହେଲେ ଏକ ଟ୍ରକ, ମିନିଟ୍ରକ, ବାଇକ୍‌ ଓ କାର୍‌ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ମଧ୍ୟାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାରେ ଥିବା ଆରଟିଓ ଛକ ନିକଟରେ ଘଟିଛି। ସୂଚନା ମୁତାବକ, ଆରଟିଓ ଛକ ନିକଟରେ ଏକ ମିନି ଟ୍ରକ୍‌ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ଏକ ବୁଲା ଗାଇ ରାସ୍ତା ଉପରକୁ ପଳାଇ ଆସିଲା। ଏହି ସମୟରେ ଗାଇଟିକୁ ବଞ୍ଚାଇବାକୁ ଯାଇ ମିନି ଟ୍ରକ୍‌ଟି ଏକ ବାଇକ୍‌ ସହ ପିଟି ହୋଇଥିଲା। ଏହାପରେ ସାମନା ପଟୁ ଏକ ଟ୍ରକ୍‌ ଆସୁଥିବା ବେଳେ ତାହା ମିନି ଟ୍ରକ୍‌କୁ ପିଟିଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ, ବାଇକ୍‌ଟି ରାସ୍ତା ଉପରେ ଯାଉଥିବା ଏକ କାର୍‌ ପଛପଟେ ପଶି ଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons