ବୋଲେରୋ ଧକ୍କାରେ ବିଦୁ୍ୟତ ଖୁଣ୍ଟ ଭାଙ୍ଗିଲା:୭ ଘଣ୍ଟା ବିଦୁ୍ୟତ୍ ସରବରାହ ଓ ଜଳଯୋଗାଣ ବନ୍ଦ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଭୋର୍ ସମୟରେ ଡ୍ରାଇଭର୍ଙ୍କୁ ନିଦ ଲାଗିଲା । ଆଖି ପତା ପଡିଯିବାରୁ ବୋଲେରୋ ରାସ୍ତାକଡ ବିଦୁ୍ୟତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଏଥିରେ ବିଦୁ୍ୟତ୍ ଖୁଣ୍ଟ ଭାଙ୍ଗିଗଲା । ଆଉ ଖଲ୍ଲିକୋଟ ସହରରେ ରବିବାର ପ୍ରାୟ ୭ ଘଣ୍ଟା କାଳ ବିଦୁ୍ୟତ୍ ସରବରାହ ବନ୍ଦ ରହିଥିଲା । ଜଳଯୋଗାଣ ପ୍ରଭାବିତ ହୋଇଥିଲା । ନୂତନ ଖୁଣ୍ଟ ପୋତାଯାଇ ତାର ସଂଯୋଗ କରିବାକୁ ୭ ଘଣ୍ଟା ଲାଗିଯାଇଥିଲା । ଖରା ଦିନେ ଏତେ ସମୟ ଧରି ବିଦୁ୍ୟତ ସରବରାହ ବିଚ୍ଛିନ୍ନ ରହିବା ଫଳରେ ଖଲ୍ଲିକାଟବାସୀ ଗରମରେ ଆଉଟୁପାଉଟୁ ହୋଇଥିଲେ ।
ରବିବାର ଭୋର୍ ୫ଟାରେ କୋଦଳା ପଟୁ ଏକ ବୋଲେରୋ (ଓଡ଼ି୦୭ଟି-୬୩୦୧) ଦ୍ରୁତ ଗତିରେ ଆସି ଖଲ୍ଲିକୋଟ କରଣ ସାହିରେ ଥିବା ତହସିଲଦାରଙ୍କ ବାସଭବନ ସମ୍ମୁଖ ଏକ ବିଦୁ୍ୟତ୍ ଖୁଣ୍ଟକୁ ଶକ୍ତ ଧକ୍କା ଦେଇଥିଲା । ବୋଲେରୋ ଧକ୍କାରେ ଖୁଣ୍ଟଟି ଭାଙ୍ଗିଯିବା ପରେ ଏଭଳି ବିଭ୍ରାଟ ଉପୁଜିଥିଲା । କରଣ ସାହି ରାସ୍ତା ଅତି ସଂକୀଣ୍ଣ, ବିଦୁ୍ୟତ୍ ଖୁଣ୍ଟଗୁଡିକ ଠିକ୍ ରାସ୍ତା କଡକୁ ଲାଗି ରହିଛି । ପୂର୍ବରୁ ମଧ୍ୟ ଅନେକ ଥର ଗାଡ଼ି ବିଦୁ୍ୟତ୍ ଖୁଣ୍ଟକୁ ଧକ୍କା ଦେବା ଏବଂ ସହରରେ ବିଦୁ୍ୟତ୍ ସରବରାହ ଅନେକ ସମୟ ଧରି ବନ୍ଦ ରହିବା ନଜିର ରହିଛି । ଉକ୍ତ ରାସ୍ତାକୁ ଓସାରିଆ କରିବା ସହ ଅଣ୍ଡର୍ଗ୍ରାଉଣ୍ଡ୍ ବିଦୁ୍ୟତ୍ ସଂଯୋଗ କରିବା ପାଇଁ ଖଲ୍ଲିକୋଟ ବାସିନ୍ଦା ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons