ରାଇରଙ୍ଗପୁର,(ବି.ବି.ଆପ୍ର): ବହୁଚର୍ଚ୍ଚିତ ପୁତ୍ରବଧୂ ଶିବାଙ୍ଗୀଙ୍କୁ ବଳାକ୍ରାର ଓ ପରେ ନିଅାଁରେ ପୋଡ଼ି ମାରିଦେବା ଘଟଣାରେ ଅଭିଯୁକ୍ତ ଶଶୁର ରାମ ଗୋପାଳ ଖେମକାକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ରାଇରଙ୍ଗପୁର ସିଭିଲ କୋର୍ଟ । ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ, ଘଟଣା ସମ୍ପର୍କରେ ପାରିପାଶ୍ୱିର୍କ ଅବସ୍ଥା ଓ ୪୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ୩ଟି ଦଫା ୩୭୬,୩୦୬,୪୯୮/ଏ ର ଶୁଣାଣି କରିଛନ୍ତି । ଅଭିଯୁକ୍ତ ଶଶୁରକୁ ବଳାକ୍ରାର ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା, ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡ ସହିତ ୩୦୦୦ ଟଙ୍କା ଜରିମାନା ଓ ନାରୀ ନିର୍ଯାତନା ପାଇଁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ରାୟ ପ୍ରକାଶ ପାଇବା ପରେ ଆସାମୀ ଶଶୁରକୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ପ୍ରମାଣ ଅଭାବରୁ ସ୍ୱାମୀ, ନଣନ୍ଦ ଓ ଶାଶୂ ନିଦେ୍ର୍ଧାଷରେ ଖଲାସ ହୋଇଛନ୍ତି ।
ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗ୍ରାମର ଦିଲ୍ଲୀପ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗୀଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଧରମଗଳିରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ରାମ ଗୋପାଲ ଖେମକାଙ୍କ ପୁଅ ଅବିନାଶ ଖେମକାଙ୍କ ସହ ବୈଦିକ ରୀତିରେ ୨୦୧୫ ମସିହା ୨୮ ଏପ୍ରିଲରେ ବାହାଘର ହୋଇଥିଲା । ଏହାରି ଭିତରେ ପରିବାରକୁ ଏକ ସନ୍ତାନ ଟିଏ ଆସିଛି । ପ୍ରାୟ ତିନି ବର୍ଷ ପରେ ୨୦୧୮ ଜାନୁଆରୀ ୧୨ ତାରିଖ ଭୋରରେ ବୋହୂ ଶିବାଙ୍ଗୀ ନବେ ଭାଗ ପୋଡି ହୋଇ ମୁମୂର୍ଷୁ ଅବସ୍ଥାରେ ଡାକ୍ତରଖାନାକୁ ଆସିଥିଲେ । ପରିବାର ଲୋକେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ପଡେ଼ାଶୀ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସିତ ଅବସ୍ଥାରେ ଶିବାଙ୍ଗୀଙ୍କ ମୃତୁ୍ୟ ହୋଇଥିଲା । ଏନେଇ ଶିବାଙ୍ଗଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦାଏର କରିଥିଲେ । ପୁଲିସ ଏତଲାକୁ ଗୁରୁତର ଭାବେ ଗ୍ରହଣ କରି ଏକ ବଧୂ ନିର୍ଯାତନା ଓ ହତ୍ୟା ଅଭିଯୋଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଉକ୍ତ ମାମଲାର ଅନ୍ୟ ତିନି ସସଦ୍ୟ ଜାମିନ ପାଇଥିବା ବେଳେ ଗତ ୨୦୨୧ ଡିସେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ରାମଗୋପାଳ ଖେମକା ମଧ୍ୟ ଜାମିନ ପାଇଥିଲେ । ଘଟଣା ଘଟିବା ସମୟରେ ରାଇରଙ୍ଗପୁର ସହରରେ ବସବାସ କରୁଥିବା ନିଜ ସମ୍ପ୍ରଦାୟର ଲୋକମାନେ ଘୋର ବିରୋଧ କରି ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଇରଙ୍ଗପୁର ସହରର ବିଶିଷ୍ଟ ବ୍ୟବସାୟୀ ରାମ ଗୋପାଲ ଖେମକା, ତାଙ୍କ ସ୍ତ୍ରୀ ସୁନୀତା ଖେମକା, ପୁଅ ଅବିନାଶ ଖେମକା ଓ ଝିଅ ପାୟଲ ଖେମକାଙ୍କ ନାଁରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ମକଦ୍ଧମା ହୋଇଥିଲା । ଏହି ମାମଲର ବିଚାର କରି ଉକ୍ତ ମକଦ୍ଧମାରେ ରାମ ଗୋପାଲ ଖେମକାକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ସାକ୍ଷ୍ୟପ୍ରମାଣ ଅଭାବରୁ ନିଦେ୍ର୍ଧାର୍ଷରେ ଖଲାସ ହୋଇଛନ୍ତି । ସରକାରୀ ଓକିଲ ଭାବେ ଅକ୍ଷୟ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.