ବ୍ରଜରାଜନଗର ଉପନିର୍ବାଚନ : ୫୦ ହଜାର ଭୋଟରେ ବିଜୟୀ ହେବେ ବିଜେଡି ପ୍ରାର୍ଥୀ- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

Get real time updates directly on you device, subscribe now.

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟ୍ ରେ ବିଜୟୀ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି କ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ୟ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ତେବେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି କ୍ଷ ବିଜେଡି ପକ୍ଷରୁ ଅନୁଷ୍ଠାନିକ ଭାବରେ ପ୍ରଚାର ପ୍ରସାର ଆରମ୍ଭ ହୋଇନଥିଲେ ହେଁ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି କ୍ଷ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି କ୍ଷ ଏଥିରେ କଟକ ମେୟର ସୁବାସ ସିଂ, ଝାରସୁଗୁଡା ଜିଲ୍ଲା ସହ ପର୍ୟ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖଙ୍କ ସହ ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ କ୍ଷ ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକଜୁଟ ହୋଇ କାର୍ୟ୍ୟ କରିବାକୁ କହିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons