ପାପଡ଼ାହାଣ୍ଡି,(ବି.ବି.ଆପ୍ର): ୧୬ ଦଫା ଦାବି ପୂରଣ ନେଇ ଆନେ୍ଦାଳନକୁ ଓହ୍ଲାଇଛି କଂଗ୍ରେସ । ବ୍ଲକ୍ କାର୍ଯ୍ୟାଳୟ ଆଗରେ ଦଳୀୟ ନେତା ଓ କର୍ମୀ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଆନେ୍ଦାଳନ ଆରମ୍ଭ କରିଛନ୍ତି ।
ଦଳର ଦାବି ଅନୁଯାୟୀ, ପାପଡ଼ାହାଣ୍ଡିରେ ବସଷ୍ଟାଣ୍ଡ ନିର୍ମାଣ, ପାଇକ ସାହି, ହାଠପଦାରେ ଡ୍ରେନେଜ ବ୍ୟବସ୍ଥା କରିବା, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ମେସିନ୍ ଓ ଜଣେ ଅପରେଟରଙ୍କୁ ନିଯୁକ୍ତ କରିବା, ଶବବାହକ ଗାଡ଼ିର ବ୍ୟବସ୍ଥା, ବ୍ୟବଚ୍ଛେଦ ଗୃହ ନିର୍ମାଣ, ଭତ୍ତା ଯୋଜନା ସରଳୀକରଣ, ଅଘୋଷିତ ବିଦୁ୍ୟତ୍କାଟ ରୋକିବା, କଲ୍ୟାଣ ମଣ୍ଡପ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ, ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ କରିବା, ପାଇଖାନା ଦୁର୍ନୀତିର ତଦନ୍ତ କରିବା, ମନରେଗା ନିୟମ ଅନୁଯାୟୀ ଗାଁ ସାଥୀଙ୍କୁ କାମ କରିବାର ବ୍ୟବସ୍ଥା କରିବା, ସମସ୍ତ ୫-ଟି ସ୍କୁଲର ଉନ୍ନତମାନର କାର୍ଯ୍ୟ କରିବା, ସମସ୍ତ ଖର୍ଚ୍ଚର ସମ୍ପୂର୍ଣ୍ଣ ବିବରଣୀ ସ୍କୁଲ କାନ୍ଥରେ ଉଲ୍ଲେଖ କରିବା ଆଦି ୧୬ ଦଫା ଦାବି ପୂରଣ ନେଇ ଗତ ୨୭ ତାରିଖରେ ବ୍ଲକ୍ କଂଗ୍ରେସ ପକ୍ଷରୁ ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତା ୭ ଦିନ ଭିତରେ ଦାବି ପୂରଣ ନହେଲେ ମେ ୪ ତାରିଖରୁ ୨୩ଟି ପଞ୍ଚାୟତର କର୍ମୀ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆନେ୍ଦାଳନରେ ଦ୍ୱାରିକା ମହାପାତ୍ର, ଈଶ୍ୱର ମିରଗାନ୍, ଶଶିମୋହନ ଶର୍ମା, ଭି. ବିକାଶ ରାଓ, ଶେଖ ୱାଜିର ହୁସେନ, ରବୀନ୍ଦ୍ର ପ୍ରଧାନ, ପବିତ୍ର ହରିଜନ ସହ ଶତାଧିକ କର୍ମୀ ଆନେ୍ଦାଳନରେ ସାମିଲ ହୋଇଛନ୍ତି ।
Comments are closed, but trackbacks and pingbacks are open.