ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସତର୍କ କଲା ପୁଲିସ

Get real time updates directly on you device, subscribe now.

କୋରାପୁଟ(ସତ୍ୟ ନାରାୟଣ ସାହୁଙ୍କଠାରୁ): ଠକେଇରୁ ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ଟାଉନଥାନା ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଆଜି ସତର୍କ କରାଯାଇଛି । ଏନେଇ ଥାନା ଅଭ୍ୟର୍ଥନା ଗୃହରେ ଆୟୋଜିତ ବୈଠକରେ ବ୍ୟାଙ୍କ ମ୍ୟାନେଜରମାନେ ଉପସ୍ଥିତ ଥିଲେ । ଏସଡ଼ିପିଓ ଗୁଣନିଧି ମଲ୍ଲିକ ଏବଂ ଆଇଆଇସି ଧୀରେନ ପଟ୍ଟନାୟକ ବ୍ୟାଙ୍କ ମ୍ୟାନେଜରଙ୍କୁ ଗ୍ରାହକଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ସତର୍କ କରାଇଥିଲେ । ଜାଲ ଦସ୍ତଖତ କରି କୋରାପୁଟ ପିଏନବି ଶଖାର ଜଣେ କ୍ୟାସିୟର୍ ଓ ରୋଷେୟା ଦ୍ୱାରା ଚାଷୀଙ୍କ ଖାତାରୁ ୭୫ହଜାର ଟଙ୍କା ହଡପ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଛି । ବ୍ୟାଙ୍କରେ ଥାଉଟସୋର୍ସିଂ ଓ ତଳସ୍ତର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ଦୃଷ୍ଟି ଦେବା ସହିତ ସିସିଟିଭି ଠିକ୍ ରଖିବା, ବ୍ୟାଙ୍କ ଅଡ଼ିଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମ୍ୟାନେଜରମାନଙ୍କୁ ପରାମର୍ଶ ଦିଆଯାଇଥିଲ । ସେପରି ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସଦର ମହକୁମାର ୧୨ଟି ବ୍ୟାଙ୍କର ମ୍ୟାନେଜରମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons