ଭଙ୍ଗାଗଲା ୭ ମଦ ଭାଟି

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବାଲିଆ ପଞ୍ଚାୟତ ନୀଳାଗୁଡ଼ାରେ ଅବକାରୀ ଏବଂ ସଦର ପୁଲିସ ମିଳିତ ଚଢଉ କରିଛି । ୭ ମଦ ଭାଟି ଭଙ୍ଗାଯିବା ସହ ୪ ହଜାର ୩୦୦ ଲିଟର ପୋଚ ଏବଂ ୧୨୦ ଲିଟର ମଦ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ୨ ଲକ୍ଷ ୧୭ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିବା ଓଆଇସି ସଞ୍ଜୟ କୁମାର କାଣ୍ଡି କହିଛନ୍ତି ।
ଆଜି ପୂର୍ବାହ୍ନରେ ଓଆଇସି ଶ୍ରୀ କାଣ୍ଡି, ଏଏସ୍ଆଇ ଏ୍. ଲକ୍ଷ୍ମଣ ରାଓ, ସଦର ଏବଂ ଅବକାରୀ କର୍ମଚାରୀ ନୀଳାଗୁଡ଼ାରେ ଚଢଉ କରିଥିଲେ । ଗାଁ ପାଖ ଜଙ୍ଗଲିଆ ସ୍ଥାନରେ ଥିବା ୭ଟି ଭାଟି ଭାଙ୍ଗିଥିଲେ । ପୋଚ ଏବଂ ମଦ ନଷ୍ଟ କରିବା ସହ ରନ୍ଧାରେ ବ୍ୟବହୃତ ପ୍ଲାଷ୍ଟିକ, ଟିଣ ଡ୍ରମ୍ ଏବଂ ଅନ୍ୟ ସାମଗ୍ରୀ ଜବତ କରିଥିଲେ । ଓଆଇସି ଶ୍ରୀ କାଣ୍ଡି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons