ଭଦ୍ରକରେ ଶ୍ରୀରାମ ମହୋତ୍ସବ:ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ସହରରେ ଶ୍ରୀରାମ ମହୋତ୍ସବ ପାଳନର ଅନ୍ତିମ ଚରଣରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଆରମ୍ଭ ହୋଇଛି । ଆଜିର ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଥିଲା ଅଭୂତପୂର୍ବ । ପୂର୍ବରୁ ଏପରି ଶୋଭାଯାତ୍ରା ଦେଖିବାକୁ ମିଳି ନଥିଲା । ସ୍ଥାନୀୟ ନେହରୁ ଷ୍ଟାଡିୟମଠାରୁ ଶୋଭାଯାତ୍ରା ବାହାରିଥିଲା । ଏଥିରେ ୭୦ଟି ମେଢ଼ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଥିବା ବେଳେ ସହସ୍ରାଧିକ ମହିଳା ଓ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା । ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲୀ କି ଜୟ ଧ୍ୱନୀରେ ଭଦ୍ରକ ସହର ପ୍ରକମ୍ପିତ ହୋଇଥିଲା ।
ଅପରାହ୍ନ ୩ଟା ବେଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସହର ଓ ଏହାର ଆଖପାଖ ଅଞ୍ଚଳରୁ ୭୦ରୁ ଊଦ୍ଧ୍ୱର୍ ସୁସଜ୍ଜିତ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦୁଝର ଓ ଯାଜପୁରର ମାଦଳ ବାଜା, କୁଆଖିଆର ସିଂହ ବାଜା, ଇସ୍କନ ସଂକୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଘଣ୍ଟୁଆଳ, ସଂକୀର୍ତ୍ତନ ମଣ୍ଡଳୀ, ନିଜକୁ ଗୈରିକ ବେଶରେ ସଜାଇଥିବା ଯୁବକମାନଙ୍କ ଶୃଙ୍ଖଳିତ ଶୋଭାଯାତ୍ରା ଭଦ୍ରକ ସହରକୁ ଉତ୍ସବମୁଖର କରି ଗଢ଼ି ତୋଳିଥିଲା । ଶୋଭାଯାତ୍ରା ସହର ପରିକ୍ରମା ପରେ ଯଜ୍ଞସ୍ଥଳ ଗାନ୍ଧିପଡ଼ିଆଠାରେ ପହଞ୍ଚିଥିଲା ।
ବିଭିନ୍ନ ଛକରେ ବହୁ ଅନୁÂାନ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯିବା ସହ ଥଣ୍ଡା ପାନୀୟରେ ଆପ୍ୟାୟିତ କରାଯାଇଥିଲା । ବିଭିନ୍ନ ଅନୁÂାନ ପକ୍ଷରୁ କେତେକ ସ୍ଥାନରେ ଖିଚୁଡ଼ି ଭୋଗ, ଗ୍ଲୁକୋଜ ପାଣି, ଥଣ୍ଡା ପାନୀୟ ମଧ୍ୟ ପ୍ରଦାନ କରାଯାଇଥିଲା । ଥାନା ଛକ ନିକଟରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ବିଜେଡି ସଂପାଦକ ଲୁଲୁ ସାମଲ, ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ପ୍ରବୀର ଜେନା, ଦିଲ୍ଲୀପ ନାୟକ, ସାହିଦ ଖାନ ଶୋଭାଯାତ୍ରକାରୀଙ୍କୁ ସ୍ୱାଗତ କରିଥିଲେ । ୧୪ ମହଲା ଜମାତ୍ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାଲଘୁ ଯୁବକ ଏହି ସଂକୀର୍ତ୍ତନ ଦଳଙ୍କୁ କଚେରୀବଜାରଠାରେ ସ୍ୱାଗତ କରାଯାଇଥିଲା । ସେହିପରି ଟାଉନ ହଲ ଛକରେ ନବ ନିର୍ବାଚତ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନଗର ସଂକୀର୍ତ୍ତନ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏମିତି ଭାଇଚାରା ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଶୋଭାଯାତ୍ରା ବେଳେ ରାସ୍ତାର ଦୁଇ ପାଶ୍ୱର୍ରେ ଲକ୍ଷାଧିକ ପୁରୁଷ ମହିଳା ଉପସ୍ଥିତ ରହି ଶଂଖ, ହୁଳହୁଳି ମାଧ୍ୟମରେ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ । ଶ୍ରୀରାମ ମହୋତ୍ସବ ସମିତିର ବରିÂ ଉପଦେଷ୍ଟା ମନମୋହନ ସାମଲ, ବିଷ୍ଣୁ ସେଠୀ, କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର, ସମ୍ପାଦକ ମାନସ ମହାନ୍ତି, ବଦ୍ରିନାରାୟଣ ଧଳ, ଡ. ପ୍ରଦୀପ ନାୟକ, ଜିଲ୍ଲା ବିଜେପି ସଭାନେତ୍ରୀ ହରପ୍ରିୟା ସାହୁ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ପ୍ରାକ୍ତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, କଂଗ୍ରେସ ସଭାପତି ସୁବ୍ରତ ଦାସ, ନଳିନୀ ମହାନ୍ତି, ଶରତ ପଢ଼ିଆରୀ, ଜଗନ୍ନାଥ ଦାସ, ଇଂ. ହୃଷିକେଶ ଗୋସ୍ୱାମୀ, ସ୍ୱାଧୀନସୁନ୍ଦର ଦାସ, ମନସ୍ମିତା ଖୁଣ୍ଟିଆ, ସୁମିତ୍ରା ପାଣୀ, ଅମ୍ବିକା ଦାସଙ୍କ ସମେତ ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।
ଆଜିର ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମଗ୍ର ସହରକୁ ପୁଲିସ ଛାଉଣିରେ ପରିଣତ କରାଯାଇଥିଲା । ପ୍ରତ୍ୟେକ ମେଢ଼କୁ ଜଣେ ଜଣେ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଥିଲା । ୩ ପ୍ଲାଟୁନ ରାପିଡ ଆrନ ଫୋର୍ସଙ୍କ ସମେତ ମୋଟ ୪୩ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ । ତ୍ୱରିତ କାର୍ଯ୍ୟାନୁÂାନ ପାଇଁ ଷ୍ଟ୍ରାଇକିଂ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା । ସମ୍ବେନଶୀଳ ଅଞ୍ଚଳରେ ଛାତ ଉପରେ ରହି ବାଇନୋକୁଲାର ସାହାଯ୍ୟରେ ପରିସ୍ଥିତି ଉପରେ ପୁଲିସ ସତର୍କ ନଜର ରଖିଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୭ଜଣ ମାଜିଷ୍ଟେ୍ରଟଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ପଦସ୍ଥ ପୁଲିସ ଅଧିକାରୀ ଶୋଭାଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons