ଭର୍ଚୁଆଲରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ବୈଷ୍ଣବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଆଜି ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚନ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଞ୍ଚାର ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭର୍ଚୁଆଲ ଯୋଗେ ଏହାକୁ ଉନ୍ମୋଚନ କରିଛନ୍ତି । ଗତ ୨୦୦ ଏବଂ ୨୫୦ ବର୍ଷ ପୂର୍ବେ ଇତିହାସ ପୃÂାରେ ଲିପିବଦ୍ଧ ହୋଇନଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍ଆର) ଗବେଷଣା କରିବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ଶହୀଦ ଜୟୀ ରାଜଗୁରୁ, ବrି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଣ୍ଟିଆ, ଶହୀଦ ବାଜି ରାଉତ ଏବଂ ପାର୍ବତୀ ଗିରିଙ୍କ ନାଁରେ ଏହି ଡାକ ଲଫାଫା ପ୍ରସ୍ତୁତ କରାଯାଇଛି । ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ଓ ବଳିଦାନ ଦେଖାଇଛନ୍ତି, ତାହା ଅବିସ୍ମରଣୀୟ । ମାତ୍ର ସମସ୍ତ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟ ଓ ନିଃସ୍ୱାର୍ଥ ବଳିଦାନ ଇତିହାସରେ ଲିପିବଦ୍ଧ ହୋଇନାହିଁ । ଏହି ମହାପୁରୁଷଙ୍କ ଅବଦାନକୁ ସମସ୍ତଙ୍କୁ ଜଣାଇବା ଉଦେ୍ଧଶ୍ୟରେ ଏହି ଡାକ ଲଫାଫା ପ୍ରସ୍ତୁତ କରାଯାଇଛି । ସମସ୍ତେ ଏହି ଲଫାଫାକୁ କିଣି ବ୍ୟବହାର କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏହି ଲଫାଫାକୁ କିଣି ସମସ୍ତେ ବ୍ୟବହାର କଲେ ହିଁ ଏହି ମହାପୁରୁଷ ଓ ମହିୟସୀ ମହିଳାଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇ ହେବ ବୋଲି ସେ କହିଛନ୍ତି ।
ବ୍ରିଟିଶ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବrି ଜଗବନ୍ଧୁଙ୍କ ବଳିÂ ନେତୃତ୍ୱ, ଘୁମୁସୁର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଣ୍ଟିଆଙ୍କ ଭୂମିକା, ଶହୀଦ ବାଜି ରାଉତଙ୍କ ସାହସ ଓ ପାର୍ବତୀ ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ସର୍ବଦା ପ୍ରେରଣା ହୋଇ ରହିବ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦ ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଜୟୀ ରାଜଗୁରୁଙ୍କ ବଂଶର ଷÂ ପିଢ଼ି ଦୟାନନ୍ଦ ମହାପାତ୍ର, ତ୍ରିଦେବ ନନ୍ଦ, ବକ୍ସି ଜଗବନ୍ଧୁଙ୍କ ଷÂ ପିଢ଼ିର ବଂଶଜ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚକରା ବିଷୋଇ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନା, ଚାଖି ଖୁଣ୍ଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରି ଭୀମସେନ ଖୁଣ୍ଟିଆ ସହିଦ ବାଜି ରାଉତଙ୍କ ଦାୟାଦ କୁଳମଣି ରାଉତ ଓ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱିତୀୟ ପିଢ଼ିର ଦାୟାଦ ଭରତ କୁମାର ଗିରିଙ୍କ ସହ କେନ୍ଦ୍ରମନ୍ତ୍ରୀ କଥା ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons