ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ୨୦ ଶ୍ରମିକ ଆହତ ୪ ଗୁରୁତର

Get real time updates directly on you device, subscribe now.

ବିନିକା, : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚାରପାଲି ଗାଁ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଗୁରୁତର ହେବା ସହ ୨୦ ଶ୍ରମିକ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଏକ ପିକଅପ୍ ଭ୍ୟାନ୍ ଯୋଗେ କିଛି ଶ୍ରମିକ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରୁ ବରଗଡ଼କୁ ରେଲୱେ କାମ କରିବାକୁ ଯିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୪ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons