ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଜୁନିୟର୍ ଆସିଷ୍ଟାଣ୍ଟ୍

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କନିÂ ସହାୟକ (ଜୁନିଅର ଆସିଷ୍ଟା୍ଣ୍ଟ୍) ବିଧୁପ୍ରସାଦ ବେହେରା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ବିଭାଗ ତାଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଜଣେ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ବାବଦୀୟ ବିଲ୍ ପାସ୍ କରିଦେବାକୁ ଉକ୍ତ ଟଙ୍କା ଲାଞ୍ଚ ଆକାରରେ ଗ୍ରହଣ କରୁଥିଲେ ବୋଲି ଜଣାପଡ଼ିଛି । ଭିଜିଲାନ୍ସ ବିଭାଗର ପୃଥକ ଟିମ୍ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଳୟ ସମେତ ଗଁଦିଆ ବାରଦାସ୍ଥିତ ବାସଭବନରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି । କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା ।
ସୂଚନା ଅନୁଯାୟୀ, ଭୁବନ ଏନ୍ଏସି ୱାର୍ଡ ନଂ. ୪ର ବାସିନ୍ଦା ସୁଚିତ୍ରା ହୋତା ଉତ୍ତରଦିଗପାଟଣା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । ସୁଚିତ୍ରା ଜଣେ ଟୁ୍ୟମର ରୋଗୀ ହୋଇଥିବାରୁ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଶିକ୍ଷା ବିଭାଗ ନିକଟରେ ଆବେଦନ କରିଥିଲେ । ତାଙ୍କର ଚିକିତ୍ସା ସମ୍ବନ୍ଧୀୟ ପ୍ରାପ୍ୟ ବାବଦକୁ ୨୭ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ଏହି ବିଲ୍କୁ ପାସ୍ କରିବା ପାଇଁ ଭୁବନ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ୍ ବିଧୁପ୍ରସାଦ ବେହେରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନଚେତ୍ ବିଲ୍ ପାସ୍ କରାଯିବ ନାହିଁ ବୋଲି କହିଥିଲେ । ପରେ ଶିକ୍ଷୟିତ୍ରୀ ସୁଚିତ୍ରା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୁଧବାର ଢେଙ୍କାନାଳ ଓ କଟକ ଭିଜିଲାନ୍ସ ଟିମ୍ ଭୁବନ ବିଇଓ କାର୍ଯ୍ୟାଳୟରେ ଛକି ବସିଥିଲା । ମଧ୍ୟାହ୍ନ ପ୍ରାୟ ୧୨.୪୦ ମିନିଟ୍ ସମୟରେ ଶିକ୍ଷୟିତ୍ରୀ ୫ ହଜାର ଟଙ୍କା ବିଧୁପ୍ରସାଦଙ୍କୁ ଦେଇଥିଲେ । ବିଧୁପ୍ରସାଦ ଏହାକୁ ଗ୍ରହଣ କରି ପକେଟ୍ରେ ରଖିଥିଲେ । ଏହି ସମୟରେ ବାହାରେ ଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବିଧୁପ୍ରସାଦଙ୍କୁ ଧରି ନେଇଥିଲେ । ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଯାଞ୍ଚ କରାଯାଇ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା । କଟକ ଭିଜିଲାନ୍ସ ବିଭାଗ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons