ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି । ଜଣେ ଅଧ୍ୟାପକଙ୍କ ମୃତୁ୍ୟକାଳୀନ ସହାୟତା ରାଶି, ଗ୍ରାଚୁ୍ୟଇଟି ଓ ପରିବାର ପେନସନ କାଗଜପତ୍ର ପ୍ରସ୍ତୁତ ପାଇଁ ସଂପୃକ୍ତ ଅଧ୍ୟାପକଙ୍କ ପୁଅ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଅଧିକାରୀମାନେ କିରାଣି ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ନାମରେ ଏକ ମାମଲା (୧୧/୨୦୨୨) ରୁଜୁ କରିଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ସାଅାଁଳପୁର ଠାରେ ଥିବା ଇନ୍ଦିରା ଗାନ୍ଧୀ ମେମୋରିଆଲ (ଆଇଜିଏମ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ଲାଞ୍ଚୁଆ କିରାଣି ଜଣକ ହେଉଛନ୍ତି ପ୍ରଭାତ କୁମାର ନାୟକ ।
ସୂଚନାନୁଯାୟୀ, ଏହି ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ପ୍ରଫୁଲ୍ଲ କୁମାର ପୃଷ୍ଟି ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପନା କରି ଆସିଥିଲେ । ୨୦୨୦ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା । ସ୍ୱର୍ଗତଃ ପୃଷ୍ଟିଙ୍କ ମୃତୁ୍ୟକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସଂପୃକ୍ତ କିରାଣି ତାଙ୍କର ପେନସନ ସମ୍ପର୍କିତ କୌଣସି କାଗଜପତ୍ର କାମ କରୁନଥିଲେ । ତେଣୁ ଅଧ୍ୟାପକଙ୍କ ୨ ବର୍ଷ ପରେ ବି ତାଙ୍କ ପରିବାରକୁ ପେନସନ ମିଳିବା ଦୂରର କଥା³ ମୃତୁ୍ୟକାଳୀନ ସହାୟତା ରାଶି, ଗ୍ରାଚୁ୍ୟଇଟି ମଧ୍ୟ ମିଳି ପାରୁନଥିଲା । ଏ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ କିରାଣି ପ୍ରଭାତ କୁମାର ନାୟକ ୧୦ ହଜାର ଟଙ୍କା ଉକ୍ରୋଚ ଦାବି କରିଥିଲେ । ତେଣୁ ସ୍ୱର୍ଗତଃ ପୃଷ୍ଟିଙ୍କ ପୁଅ ପିୟୁଷ ପ୍ରତୀକ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ । କିରାଣିଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ବୁଧବାର ପିୟୁଷ ପ୍ରତୀକ ଆଇଜିଏମ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଭିଜିଲାନ୍ସ ପ୍ରଦତ୍ତ ୧୦ ହଜାର ଟଙ୍କା ଶ୍ରୀ ନାୟକଙ୍କୁ ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । କିରାଣିଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ । ବିଭାଗ ପକ୍ଷରୁ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟ ସମେତ ଧୁଷୁରୀ ଥାନା ଅଧୀନ ବାହାରବିଲ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons