ଭିଜିଲାନ୍ସ ହାତରେ ଜିଆରଏସ୍

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ନୁ୍ୟଜ):ଜବକାଡର଼୍ କରିଦେବା ବାହାନାରେ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍ । ଉକ୍ତ ଜିଆରଏସ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ନିକୁଞ୍ଜବିହାରୀ ବିଶ୍ୱାଳ । ଶ୍ରୀ ବିଶ୍ୱାଳଙ୍କ ଠାରୁ ରଙ୍ଗବୋଳା ୯ ଖଣ୍ଡ ୫୦୦ଟଙ୍କିଆ ଓ ଗୋଟିଏ କାର ଜବତ କରିଛନ୍ତି । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭିଜିଲାନ୍ସ ଟିମ୍୍ କାଗଜପତ୍ର ଯାଞ୍ଚ କରି ଫେରିଯାଇଛନ୍ତି । ଜିଆରଏସ୍ ଶ୍ରୀ ବିଶ୍ୱାଳଙ୍କୁ ଉଦଳା କୋର୍ଟରେ ହାଜର କରାଯାଇଛି ।
ଖବରରୁ ପ୍ରକାଶ କଟୁରିଆ ଗ୍ରାମର ଘନ ପାତ୍ର ଓ ସାଗେନ୍ ହାଁସଦା ନିଜ ଗ୍ରାମର ୧୮ ଜଣ ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ନାମରେ ନୂତନ ଜବକାର୍ଡ କରିଦେବାକୁ ଜିଆରଏସ୍ଙ୍କୁ ଅନୁରୋଧ କରିଥିଲେ । ପ୍ରତିବଦଳରେ ସେଥିପାଇଁ ଜିଆରଏସ୍ ଶ୍ରୀ ବିଶ୍ୱାଳ ୫ ହଜାର ଟଙ୍କା ସେମାନଙ୍କୁ ମାଗିଥିଲେ । ଏବଂ ଆଗୁଆ ୫୦୦ ଟଙ୍କା ସେମାନଙ୍କ ଠାରୁ ନେଇଥିଲେ । ଏହି ଘଟଣାକୁ ନେଇ ସେମାନେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଜିଆରଏସ୍ ଶ୍ରୀ ବିଶ୍ୱାଳ ନିଜ ଘରୁ ନିଜ କାର୍ଯ୍ୟାଳୟ ଲାବଣ୍ୟଦେଇପୁର ପଞ୍ଚାୟତକୁ କାରରେ ଆସୁଥିବାବେଳେ ରାସ୍ତାରେ ଘନ ଓ ସାଗେନ୍ ଶ୍ରୀ ବିଶ୍ୱାଳଙ୍କୁ ୪ହଜାର ୫୦୦ଟଙ୍କା ଟଙ୍କା ପ୍ରଦାନ କରିଥିଲେ ।ତେବେ ସେହି ରାସ୍ତାର କିଛି ଦୂରରେ ଥିବା ଭିଜିଲାନସ୍ ଟିମ୍ ଜିଆରଏସ୍ ଶ୍ରୀ ବିଶ୍ୱାଳଙ୍କୁ ମାଡି ବସିଥିଲେ । ଏବଂ ଉକ୍ତ ଟଙ୍କା ଜିଆରଏସଙ୍କଠାରୁ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons