ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ

Get real time updates directly on you device, subscribe now.

ଗୁଣୁପୁର,(ବି.ବି.ନୁ୍ୟଜ): ଅନ୍ତ ଘଟୁନି ଦାଦନର ଦୁଃଖ । ଆନ୍ଧ୍ରର ଚିଙ୍ଗୁଡ଼ି କାରଖାନାରେ କାମ କରିବାକୁ ଯାଇ ପଦ୍ମପୁର ଥାନା ଅଞ୍ଚଳର ୧୮ ଶ୍ରମିକ ପୁଣି ନିର୍ଯାତନାର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ମହିଳା ଏବଂ ୧୪ଜଣ ପୁରୁଷ ଅଛନ୍ତି । ଏକ ଭିଡିଓରେ ସେମାନଙ୍କୁ କିଭଳି ନିର୍ଯାତନା ଦିଆଯାଉଛି, ସେ ସମ୍ପର୍କରେ ଫଟୋ ଉଠାଇ ସେମାନଙ୍କୁ ଉଦ୍ଧାର କରିବା ଲାଗି ନିବେଦନ କରିଛନ୍ତି । ବିଡ଼ମ୍ବନାର ବିଷୟ, ଆନ୍ଧ୍ରରେ ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବା ସମ୍ପର୍କରେ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । ତୁରନ୍ତ ଏହାର ତଦନ୍ତ କରି ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଦାବି କରାଯାଇଛି ।
କାମଧନ୍ଦା ଅନ୍ୱେଷଣରେ ୩ ମାସ ତଳେ ଗୁଣୁପୁର ବ୍ଲକ୍ ପୁଟାସିଂ, ପିଣ୍ଡାଗୁଡ଼ି, ପଦ୍ମପୁର ଅଞ୍ଚଳର ପ୍ରାୟ ୧୮ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଭୀମାଭରମ୍ ଅଞ୍ଚଳର ଜାକାରାମରେ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡ଼ି ଉତ୍ପାଦନ ୟୁନିଟ୍ରେ ସେମାନେ କାମ କରୁଛନ୍ତି । କିନ୍ତୁ କମ୍ପାନି ପକ୍ଷରୁ ସେମାନଙ୍କୁ କାମରେ ନିୟୋଜିତ କରାଯାଇଥିଲେ ବି ମଜୁରି ଦିଆଯାଉ ନାହିଁ । ଟଙ୍କା ମାଗିଲେ ଏକ ରୁମ୍ରେ ପୂରାଇ ମାଡ଼ ମାରିବା ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଭିଡିଓ କରିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରାଯାଇଛି ।
ନିର୍ଯାତନାର ଭିଡିଓ ପୁଟାସିଂ ଅଞ୍ଚଳର ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କ ନିକଟକୁ ଫୋନରେ ପଠାଇ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍ୱାମୀ ତ୍ରିନାଥ ଦଳେଇ ପୁଟାସିଂରୁ ଗତ ୯ ତାରିଖରେ ଚିଙ୍ଗୁଡି ଫ୍ୟାକ୍ଟ୍ରି ଭିତରକୁ ଯାଇଥିଲେ । ତ୍ରିନାଥ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଭିଡିଓ ମୋବାଇଲରେ ଉଠାଇଥିଲେ । ଏହି ଭିଡିଓ ଉଠାଇବା ସହ ଫେକ୍ଟ୍ରି ମାଲିକ ଓ ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ସହ ସେମାନଙ୍କୁ ନ୍ୟାୟ ଦେବା ଲାଗି ସେଠାକାର ପୁଲିସ୍କୁ ଜଣାଇଥିଲେ । ସେଠାକାର ପୁଲିସ୍ ସମସ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରି ତଦନ୍ତ କରିଥିଲା । ପରେ ଫେକ୍ଟ୍ରି ମାଲିକଙ୍କୁ ଶ୍ରମିକଙ୍କ ପାରିଶ୍ରମିକ ଦେବାକୁ ନିଦେ୍ର୍ଧଶ ଦେଇଥିଲା । ଏ ସମ୍ପର୍କରେ ଆମେ ଗୁଣୁପୁର ସହକାରୀ ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି କୌଣସି ଅଭିଯୋଗ ତାଙ୍କ ନିକଟରେ ନାହିଁ । ତଥାପି ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ସୂଚନାଥାଉକି, ଗତ ଜୁଲାଇ ୨୯ ତାରିଖରେ ଗୁଣୁପୁର ଓ ଗଜପତି ଅଞ୍ଚଳରୁ ଦାଦନ ଖଟିବାକୁ ଯାଇ ୫ଜଣ ନାବାଳକଙ୍କ ସହ ଛଅ ଜଣ ଶ୍ରମିକ ଆନ୍ଧ୍ରର ଲଙ୍କାଭାନିଦିବା ଗାଁର ଚିଙ୍ଗୁଡି ପ୍ରୋସେସିଙ୍ଗ ସେଣ୍ଟରର ଅସ୍ଥାୟୀ ରୁମରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ରାଜ୍ୟ ସରକାରଙ୍କ ମୋ ପରିବାର ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଗୁଣୁପୁରକୁ ଅଣାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons