ଭ୍ୟାନ୍ ଧକ୍କାରେ ଜଣେ ଗୁରୁତର

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଏକ ଆଇସକ୍ରିମ୍ ବୋଝେଇ ଭ୍ୟାନ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ବୈପାରିଗୁଡ଼ା ବ୍ଲକ ନୂଆ ଘସର୍ଡାର ରାଜେଶ ହରିଜନ । ତାଙ୍କୁ କୋରାପୁଟ ସହିଦ ଳକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯାଇଛି । ଭ୍ୟାନ୍ ଡ୍ରାଇଭର ଫେରାର ଥିବା ପୁଲିସ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬ ତାରିଖ ରାତି ପ୍ରାୟ ସାଢେ ୯ଟାରେ ରାଜେଶ ଏବଂ ତାଙ୍କ ସହଯୋଗୀ ଜଲ ହରିଜନ ପାଇପ୍ କାମ ସାରି ବାଇକ୍ରେ ଜୟପୁରରୁ ଗାଁକୁ ଫେରୁଥିଲେ । ଏହି ସମୟରେ ବୈପାରିଗୁଡ଼ା ପଟୁ ଏକ ଆଇସକ୍ରିମ୍ ବୋଝେଇ ଭ୍ୟାନ୍(ଓଡି ୦୮ ଇ-୪୬୨୯) ଦ୍ରୁତ ଗତିରେ ଆସି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ରାଜେଶ ଏବଂ ଜଲ ରାସ୍ତା ପାଶ୍ୱର୍କୁ ଛିଟ୍କି ପଡିଥିଲେ । ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଚମ୍ପଟ ମାରିଥିଲା । ଜଲ ସାମାନ୍ୟ ଆହତ ହୋଇଥିବା ବେଳେ ରାଜେଶଙ୍କ ଗୋଡ ଭାଙ୍ଗି ଯାଇଥିଲା । କାନ ଛିଣ୍ଡିଯିବା ସହ ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି । ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଥିଲେ । ରାଜେଶଙ୍କ ବାପା ରାମ ହରିଜନ ଏବଂ ଅନ୍ୟମାନେ ପହଞ୍ଚିଥିଲେ । ଖବରପାଇ ସଦର ପୁଲିସ ମଧ୍ୟ ପହଞ୍ଚିଥିଲା । ଦୁର୍ଘଟଣାଗ୍ରସ୍ତ ରାଜେଶଙ୍କୁ ପ୍ରଥମେ ଜିଲ୍ଲା ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଆଜି ରାଜେଶଙ୍କ ବାପା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଏସ୍ଆଇ ରମାକାନ୍ତ ହୋତା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons