ଭ୍ୟାନ୍ ଧକ୍କାରେ ବାଳକ ମୃତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଭ୍ୟାନ୍ ଧକ୍କାରେ ଜଣେ ବାଳକର ମୃତୁ୍ୟ ହୋଇଛି । ସେ ହେଲର ରଣ୍ଡାପାଲ୍ଲୀର ଆକାଶ ଖାତି(୧୨) । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଭ୍ୟାନ୍କୁ ପୁଲିସ ଜବତ କରିଛି । ଡ୍ରାଇଭର ଝାରଖଣ୍ଡ ଜାମସେଦ୍ପୁର ପଙ୍କଜ ଯାଦବଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଆଇଆଇସି ଈଶ୍ୱର ତାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୫ ତାରିଖ ଅପରାହ୍ନରେ ଆକାଶ ଜାତୀୟ ରାଜପଥ-୨୬ର ରଣ୍ଡାପାଲ୍ଲୀ ଛକ ପାର ହେଉଥିଲା । ଏହି ସମୟରେ ଭ୍ୟାନ୍(ଜେଏଚ୍ ୦୫ ସିଏ-୯୩୯୩) ଦ୍ରୁତ ଗତିରେ ଆସି ତାକୁ ଧକ୍କା ଦେଇଥିଲା । ମୁଣ୍ଡରେ ପ୍ରବଳ ଆଘାତ ଲାଗି ଆକାଶ ଗୁରୁତର ହୋଇପଡିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଏକ ଅଟୋରେ ଜିଲ୍ଲା ହସପିଟାଲ୍କୁ ଅଣାଯାଇଥିଲା । ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍ ଜବତ କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଆକାଶ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତା’ର ମୃତୁ୍ୟ ହୋଇଥିଲା । ମୃତକଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିଲା । ଆଜି କୋରାପୁଟରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏସ୍ଆଇ ନବୀନ କୁମାର ଟପ୍ପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons