ମଦ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବେଆଇନ ମଦ କାରବାର ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସଦର ପୁଲିସ । ସେ ହେଲା ଟାଙ୍କୁଆ ପଞ୍ଚାୟତ ନୂଆଗୁଡ଼ାର ପୂର୍ଣ୍ଣ ହିଆଲ(୩୦) । ତା’ ପାଖରୁ ଗୋଟିଏ ବାଇକ୍ ସହ ୩୦ ଲିଟର ମଦ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ଈଶ୍ୱର ତାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏଏସ୍ଆଇ ବାସନ୍ତୀ ନାୟକ ଏବଂ ବିଭାଗୀୟ କର୍ମଚାରୀ ବାରିଣୀପୁଟ ଗେଟ୍ଗୁଡ଼ା ଛକରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ପୂର୍ଣ୍ଣ ବାଇକ୍(ଓଆର ୧୦ ଇ-୩୩୧୨)ରେ ମଦ ବୋଝେଇ କରି ଜୟପୁର ଅଭିମୁଖେ ଆସୁଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏଏସ୍ଆଇ ମନୋରଞ୍ଜନ ସାହୁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons