ମଦ ଜବତ, ୩ ଗିରଫ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ଅବକାରୀ ବିଭାଗ ମଙ୍ଗଳବାର ଏଠାରେ ବିଭିନ୍ନ ସ୍ଥାନରେ ଚଢଉ କରିଛି । ବହୁ ପରିମାଣର ମଦ ଓ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନେ ହେଲେ ଡେଙ୍ଗାଗୁଡା ଗାଁର ସୁଦର୍ଶନ ହରିଜନ(୩୫), ଗାଦବାକତରା ଗାଁର ଯୋଗେଶ୍ୱର ଦଳାଇ(୨୩) ଓ ତୁମ୍ବର୍ଲା ଗାଁର ଲଚ୍ଛମନ ବିଶୋୟୀ(୪୫) । ସୁଦର୍ଶନ ପାଖରୁ ୯ ଲିଟର ଦେଶୀ ମଦ, ଯୋଗେଶ୍ୱରଠୁ ୮ ଲିଟର ଓ ଲଚ୍ଛମନଠାରୁ ୭ ଲିଟର ମଦ ମିଳିଛି ।
ନବରଙ୍ଗପୁର ଅବକାରୀ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିଦେ୍ର୍ଧଶରେ ଚଢଉ ହୋଇଥିଲା । ଇନ୍ସପେକ୍ଟର ସୁଧୀର କୁମାର ସାହୁ, ପାପଡାହାଣ୍ଡି ସବଇନ୍ସପେକ୍ଟର ହରପ୍ରସାଦ ରଣା, ଏଏସଆଇ ଅମୀୟ ଖଞ୍ଜ, ଏଏସଆଇ ଜଗବନ୍ଧୁ ଜାନୀ, ଏଏସଆଇ ରାଜେନ୍ଦ୍ର କୁମାର ପ;ନାୟକ ପ୍ରମୁଖ ଚଢଉ କରିଥିଲେ । ଉକ୍ତ ଗାଁ ବ୍ୟତୀତ ଗୁମିଦୋରା, ପେଟୁଗୁଡା, ପ୍ରଧାନୀଗୁଡା, ମଇଦଲପୁର, ପୋକନାଗୁଡା, ଓ ପାପଡାହାଣ୍ଡିରେ ଚଢଉ ହୋଇଥିଲା । ଆଠଟିଯାକ ଗାଁରୁ ୪୦ ଲିଟର ମଦ ଓ ୫ ଶହ ଲିଟର ପୋଚ ଜବତ କରାଯାଇଥିଲା । ଅବକାରୀ କର୍ମଚାରୀ ବାଳକ୍ରିଷ୍ଣା ନାୟକ, ରଜନୀ ଜାନୀ, ଗତୁଳ ନାୟକ, ଦେବେନ୍ଦ୍ର ସମରଥ, ରଞ୍ଜିତ ବାଘ ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons