ମଦ ବେପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ସଙ୍ଘବଦ୍ଧ ଆକ୍ରମଣରେ ମଦ ବେପାରୀ ମୃତ

Get real time updates directly on you device, subscribe now.

ଗଞ୍ଜାମ : ସଙ୍ଘବଦ୍ଧ ଆକ୍ରମଣରେ ମଦ ବେପାରୀ ମୃତ। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଶନିବାର ମଧ୍ୟରାତ୍ର ପ୍ରାୟ ୧୧ଟା ୩୦ରେ କିଛି ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ମଦ ବେପାରୀ ବିକାଶ ସାହୁ (କାଉ)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବିକାଶ ସାହୁ ପାନଗଡ଼ ଛକରେ ଏକ ମଦ ଆଡ୍ଡା ଚଳାଉଥିଲେ। ମଦ ଚୋରା କାରବାରରେ ମଧ୍ୟ ସମ୍ପୃକ୍ତ ଥିଲେ। ଏହାକୁ ନେଇ ପୂର୍ବରୁ ଆଉ କିଛି ମଦ ମାଫିଆ ଓ ଗ୍ରାମବାସୀଙ୍କ ସହ ତାଙ୍କ ଶତ୍ରୁତା ଲାଗି ରହିଥିଲା। ଶନିବାର ମଧ୍ୟରାତ୍ରରେ ବିକାଶ ଆଡ୍ଡାରୁ ନିଜ ଘର କଳମ୍ବ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ପୋଲସରା ନୋଡାଲ ହାଇସ୍କୁଲ ଛକ ନିକଟରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି। ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମଦ ବେପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons