ମନଜିଣିବେ ଜ୍ୟୋତି-ଭୂମିକା

Get real time updates directly on you device, subscribe now.

ଏଥର ଦଶହରା ସିନେ ବଜାରରେ ଧମାକା ହେବ । ଦର୍ଶକଙ୍କ ମନଜିଣିବାକୁ ପ୍ରେକ୍ଷାଳୟକୁ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ ନେଇ ଆସୁଛନ୍ତି ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା । ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନ ଏବଂ ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାର କାହାଣୀରେ ଅନେକ ସାମାଜିକ ବାର୍ତ୍ତା ରହିଛି । କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି । ଯାହାକୁ ଦେଖି ସେନ୍ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି ବୋଲି କାହାଣୀକାର ଦିଲ୍ଲୀପ ଦାସ କହିଛନ୍ତି । ସିନେମାର ନିଦେ୍ର୍ଧଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ ସିନେମା ନିଦେ୍ର୍ଧଶନାର ମଙ୍ଗ ଧରିଥିଲା ବେଳେ ସେ କହିଛନ୍ତି, ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦିଆଯାଇଛି । କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ସୁଟିଂ ସ୍ଥାନ ଓ ନିଦେ୍ର୍ଧଶନା ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । କରୋନା କାରଣରୁ ଦୀର୍ଘ ସମୟ ପ୍ରେକ୍ଷାଳୟ ବନ୍ଦ ଥିଲା । ଏବେ ସ୍ଥିତି ସାଧାରଣ ହେବାକୁ ଯାଉଛି । ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇବ । ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ବୋଲି ପୂରା ଟିମ୍ ଆଶାବାଦୀ । ସିନେମାର ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ତାଙ୍କ କ୍ୟାରିଅରର ଏହା ପ୍ରଥମ ସିନେମା, ଯାହା ଦଶହରା ପୂଜାରେ ରିଲିଜ୍ ହେଉଛି । ଏଥିପାଇଁ ସେ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି । କାରଣ ଦୀର୍ଘଦିନ ପରେ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା । ବୈଦ୍ୟନାଥ କହିଛନ୍ତି, ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି । ଚେଷ୍ଟା କରିଛି ପ୍ରତିଟି ଗୀତ ଭିନ୍ନ କରିବାକୁ । କାରଣ ଡ. ସଞ୍ଜୟ ନାୟକ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବ । ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବେ ଦେବେ ବୋଲି ଆଶା । ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ । ଗାଇଛନ୍ତି ହୁ୍ୟମାନ୍ ସାଗର, ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା । ନୃତ୍ୟ ନିଦେ୍ର୍ଧଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍ । ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦୁ୍ୟମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି । ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି ଏବଂ ଗୋଟିଏ ଗୀତ ମଧ୍ୟ ଲେଖିଛନ୍ତି । ପ୍ରଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ଭାର ସମ୍ଭାଳିଛନ୍ତି ସୁନୀଲ ଦାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons